ପୁଣି ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ, ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍

0

ପୁଣି ହକି ହବ୍ ଓଡ଼ିଶାରେ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ। ଏଥିପାଇଁ ଭାରତୀୟ ହକି ଟିମ୍ ଭୁବନେଶ୍ୱରରେ ପହଞ୍ଚିସାରିଛି ଓ ନିଜର ପ୍ରାକ୍ଟିସ ମଧ୍ଯ ଆରମ୍ଭ କରିସାରିଛି ତେବେ ଆସନ୍ତା ୧୫ ତାରିଖରେ ଅନ୍ୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିହାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଏହି ଜୁନିଅର ହକି ବିଶ୍ୱକପ ମହାକୁମ୍ଭରେ ସମୁଦାୟ ୧୬ଟି ଟିମ ବିଶ୍ୱକପରେ ଅଂଶଗ୍ରହଣ କରିବେ। ସମ୍ପୂର୍ଣ୍ଣ କୋଭିଡ କଟକଣାରେ ଏହି ଟୁର୍ଣ୍ଣାମେଣ୍ଟ ହେବ। ଦର୍ଶକ ମାନଙ୍କୁ ଷ୍ଟାଡିୟମ ପ୍ରବେଶ ମନା ହୋଇଥିବା ବେଳେ ଖେଳାଳୀ ଓ ଷ୍ଟାଫଙ୍କ ପ୍ରତିଦିନ ହେବ RTPCR ଟେଷ୍ଟ । ଖେଳାଳୀ ଓ ଟିମ୍‌ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ମଧ୍ଯ ସଂରକ୍ଷିଣ ରଖାଯାଇଛି। ଏହାବାଦ ଖେଳାଳାମାନଙ୍କ ପାଇଁ ୨ଟି ହୋଟେଲରେ ରହିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।

Leave a comment