Vitamin C ଅଧିକ ସେବନ କଲେ କ’ଣ ଜଲ୍ଦି ଆସିଥାଏ ପିରିୟଡ୍ସ? ଜାଣନ୍ତୁ ପିରିୟଡ୍ସ ପ୍ରଭାବିତ ହେବାର କାରଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁସ୍ଥ ଶରୀର ପାଇଁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଆବଶ୍ୟକ ହୋଇଥାଏ, କିନ୍ତୁ ଭିଟାମିନ୍ ସିର ନିଜର ହିଁ ଖାସ୍ ମହତ୍ତ୍ୱ ରହିଛି। ଆମ ଶରୀରରେ ଭିଟାମିନ୍ ସିର ଭୂମିକା ଏକ ସଂରକ୍ଷକ ଭଳି କାମ କରିଥାଏ। ଏହି ପୋଷକ ତତ୍ତ୍ୱ ଫ୍ରି ରେଡିକଲ୍ସରୁ ଆମ କୋଶିକାଗୁଡ଼ିକୁ ବଞ୍ଚାଇଥାଏ ଏବଂ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ବଢ଼ାଇଥାଏ, ଯେଉଁ କାରଣରୁ ସର୍ଦ୍ଦି, ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ସଂକ୍ରମଣର ଆଶଙ୍କା କମି ଯାଇଥାଏ। ଏତଦ୍ ବ୍ୟତୀତ ଯେଉଁ ମହିଳାଙ୍କର ଋତୁସ୍ରାବ ସମସ୍ୟା ରହିଛି ଅର୍ଥାତ୍ ପିରିୟଡ୍ରେ ଅନିୟମିତତା ଦେଖା ଦେଉଛି, ସେମାନେ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ସେବନ କରି ପାରିବେ।
ଡାଏଟ୍ ଏକ୍ସପର୍ଟଙ୍କ କହିବା ହେଲା, ଭିଟାମିନ୍ ସି ସେହି ହର୍ମୋନକୁ ପ୍ରଭାବିତ କରି ପାରିଥାଏ, ଯିଏ ପିରିୟଡ୍ସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଭିଟାମିନ୍ ସି ଏଷ୍ଟ୍ରୋଜେନ୍ ସ୍ତରକୁ ବଢ଼ାଇ ପାରିଥାଏ। ଏଥି ସହିତ ପ୍ରୋଜେଷ୍ଟେରୋନ୍ ସ୍ତରକୁ ମଧ୍ୟ କମ୍ କରି ଦେଇଥାଏ। ଏହି ହର୍ମୋନାଲ ପରିବର୍ତ୍ତନ ଗର୍ଭାଶୟ ସଙ୍କୁଚନର କାରଣ ବନିଥାଏ। ଏପରି କି, ଗର୍ଭାଶୟର ପରସ୍ତକୁ ଉଠାଇବାରେ ଏହା ସାହାଯ୍ୟ କରିଥାଏ, ଯେଉଁ କାରଣରୁ ମାସିକ ଧର୍ମ ଜଲ୍ଦି ଆସି ଯାଇଥାଏ। ଯଦିଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହି ଥାଆନ୍ତି କି, ଭିଟାମିନ-ସିର ଅଧିକ ସେବନ ଦ୍ୱାରା ସବୁ ମହିଳାଙ୍କ କ୍ଷେତ୍ରରେ ପିରିୟଡ୍ସ ଜଲ୍ଦି ଆସିବ, ଏହା ଆମେ କହି ପାରିବା ନାହିଁ। କାହିଁକିନା, ପିରିୟଡସ୍ ଜଲ୍ଦି ଆସିବା ପଛରେ ଅନ୍ୟାନ୍ୟ କାରଣ ମଧ୍ୟ ରହିଥାଏ।
ଏହି କାରଣରୁ ଜଲ୍ଦି କିମ୍ବା ବିଳମ୍ବ ହୋଇଥାଏ ପିରିୟଡ୍ସ
୧. ଯଦି ଆପଣଙ୍କ ପିରିୟଡ୍ସ ଆସିବାର ସମୟ ଅନେକ କାରଣରୁ ବାରମ୍ବାର ପରିବର୍ତ୍ତନ ହେଉଥିବ।
୨. ଯେଉଁ ଝିଅ ଏବଂ ମହିଳାଙ୍କର ଓଜନ ଜଲ୍ଦି ବଢ଼ିଥାଏ, ସେହି କ୍ଷେତ୍ରରେ ପିରିୟଡ୍ସ ମଧ୍ୟ ପ୍ରଭାବିତ ହୋଇଥାଏ।
୩. ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି କି, ହର୍ମୋନାଲ ଅସନ୍ତୁଳନ, ଗର୍ଭନିରୋଧକ ବଟିକା ଏବଂ ସଂକ୍ରମଣରୁ ପିରିୟଡ୍ସ ବିଳମ୍ବ ହୋଇଥାଏ।
୪. ବହୁତ ଅଧିକ ଚିନ୍ତା, ଅବସାଦ ଏବଂ ଔଷଧ ସେବନ ଯୋଗୁ ପିରିୟଡସ୍ ସମୟ ଅତିକ୍ରମ କରି ଯାଇଥାଏ।
ଅନିୟମିତ ପିରିୟଡ୍ସକୁ କେମିତି କରିବେ ନିୟମିତ
ଏକ୍ସପର୍ଟଙ୍କ ମୁତାବକ, ମାସିକ ଧର୍ମକୁ ପ୍ରେରିତ କରିବା ପାଇଁ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ପଦାର୍ଥ ବେଶ୍ ଲାଭଦାୟକ ହୋଇଥାଏ। ଉଦାହରଣ ସ୍ୱରୂପ, ଅମୃତଭଣ୍ଡା ଏମିତି ଏକ ଫଳ, ଯେଉଁଥିରେ କ୍ୟାରୋଟିନ୍ ରହିଛି। ଆଉ ଏହା ଏଷ୍ଟ୍ରୋଜେନ୍ ହର୍ମୋନକୁ ଉତ୍ତେଜିତ କରି ପାରିଥାଏ। ଏହାଛଡ଼ା ସପୁରୀକୁ ଭିଟାମିନ୍-ସି ଯୁକ୍ତ ଫଳ ମଧ୍ୟ କୁହାଯାଇଥାଏ, ଯାହା ଶରୀର ଫୁଲା ଏବଂ ଦରଜ ଆଦିକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଲେମ୍ବୁ, କିଓ୍ଵି ଓ କମଳା ଅନିୟମିତ ମାସିକ ଧର୍ମକୁ ନିୟମିତ କରିବାର ବଢ଼ିଆ ସ୍ରୋତ ହୋଇଥାଏ।