ସାମ୍ବାଦିକ ଆମର ଶତ୍ରୁ ନୁହନ୍ତି ମିତ୍ର, ପୋଲିସ ସହ ନ ଆସିବାକୁ ଅନୁରୋଧ : ମାଓବାଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ ଦାନ୍ତେୱାଡାରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କୁ ହତ୍ୟା ପରେ ମାଓବାଦୀ ସଙ୍ଗଠନ ଦର୍ଭା ଡିଭିଜିନାଲ କମିଟି ମୁଖପାତ୍ର ସାଇନାଥ ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି । ସେ ଏହି ଘଟଣା ପାଇଁ ଦୁଃଖପ୍ରକାଶ କରିଛନ୍ତି । ଆହୁରି କହିଛନ୍ତି ସାମ୍ବାଦିକ ମନେ ଆମର ଶତ୍ରୁ ନୁହଁନ୍ତି । ସେମାନେ ଆମ ଖବର ସରକାରଙ୍କ ପାଖକୁ ପହଞ୍ଚାଇବାର ଏକ ମାଧ୍ୟମ । ସେଦିନ ସାମ୍ବାଦିକ ନୁହେଁ ବରଂ ସୁରକ୍ଷାକର୍ମୀଙ୍କୁ ଆମେ ଆକ୍ରମଣ କରିଥିଲୁ । ଆମେ ଜାଣିନଥିଲୁ କି ସାମ୍ବାଦିକ ସେମାନଙ୍କ ସାଙ୍ଗରେ ଥିଲେ । ସେହିପରି ମାଓ ଇଲାକାରେ ଯବାନ ଓ ପୋଲିସଙ୍କ ସହିତ ମିଡିଆ କର୍ମୀ ନ ଯିବାକୁ ଅନୁରୋଧ କରିଛନ୍ତି ।

ଅପରପକ୍ଷରେ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ମାଓବାଦୀଙ୍କ ଉତ୍ତରକୁ ନେଇ ପ୍ରଶ୍ନ କରି କହିଛନ୍ତି ଯଦି କ୍ୟାମେରାମ୍ୟାନଙ୍କୁ ସେମାନେ ଜାଣିଶୁଣି ହତ୍ୟା କରିନଥିଲେ, ତେବେ ସେମାନେ କ୍ୟାମେରା କାହିଁକି ଲୁଟ କଲେ ?

ସୂଚନା ଅନୁଯାୟୀ, ଗତ ୨୯ ତାରିଖ, ସୋମବାର ଦିନ ଛତିଶଗଡ ଦାନ୍ତେୱାଡାରେ ମାଓ ଆକ୍ରମଣରେ ଦୂରଦର୍ଶନରେ କାମ କରୁଥିବା ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଓ ଦୁଇ ସୁରକ୍ଷାକର୍ମୀ ପ୍ରାଣହରାଇଥିଲେ । କେନ୍ଦ୍ର ସରକାର ଅଚ୍ୟୁତାନନ୍ଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ।

Leave a comment