ଯଦି ଆପଣ ପାନ ଖାଉଛନ୍ତି ତେବେ ଜାଣିରଖନ୍ତୁ ଏହି ଭୟଙ୍କର କଥା…

0

ଆଜି ଆମେ ଜାଣିବା ଆମେ ପାନପତ୍ରକୁ କେଉଁ କେଉଁ ରୋଗ ପାଇଁ ବ୍ୟବହାର କରିପାରିବା।ସଂସ୍କୃତି ପୂଜାରେ ପାନ ପତ୍ରକୁ ଅଧିକ ବ୍ୟବହାର କରାଯାଇଥାଏ।ଅନେକ ସମୟରେ ଖାଦ୍ୟ ଖାଇସାରିବା ପରେ ଲୋକମାନେ ପାନ ହଜମ ପାଇଁ ଓ ମୁହଁର ସ୍ୱାଦ ପାଇଁ ଖାଇଥାନ୍ତି। ଧର୍ମ ପୂଜା ଏହା ବିନା ସମ୍ଭବ ହୋଇନଥାଏ।କେବଳ ଅଳ୍ପ କିଛି ମାତ୍ରାରେ ଲୋକ ଏହା ଜାଣିଛନ୍ତି କି ପାନ ପତ୍ର କେବଳ ହଜମ ବା ମୁହଁର ସ୍ୱାଦ ପାଇଁ ନୁହେଁ ଅନେକ ରୋଗକୁ ମଧ୍ୟ ଏହା ଭଲ କରିଦେଇଥାଏ। ଏହାର ସାଥି କାଯ୍ୟ ବିଷୟରେ ପ୍ରାୟ ସମସ୍ତେ ଜାଣିନାହାଁନ୍ତି। ଆଜି ଆମେ ଆପଣଙ୍କୁ ପାନ ପତ୍ରର ବିଭିନ୍ନ ଉପକାରୀତା ବିଷୟରେ କହିବୁ ଏହା କିପରି ଆମକୁ ଅନେକ ରୋଗରୁ ରକ୍ଷାକରିଥାଏ।
୧- ଯଦି ଆପଣଙ୍କୁ ପାଇରୀୟା ସମସ୍ୟା ଅଛି ଏଥିପାଇଁ ଆପଣ ଅନେକ ଔଷଧ ଖାଉଥିବେ କିନ୍ତୁ ଯଦି ଆପଣ ପାନରେ କପୁର ମିଶାଇ ଏହାକୁ ଚୋବାଇବେ ଆପଣ ପାଇରୀୟାରୁ ମୁକ୍ତିପାଇପାରିବେ ।ଗୋଟେ କଥା ଧ୍ୟାନ ରଖିବେ ଚୋବାଇବା ସମୟରେ ତାହାର ରସ ନଢ଼ୋକି ବାହାରକୁ କାଢ଼ିଦେବେ। ପାନ କେବଳ ପାଇରିୟା ପାଇଁ ନୁହଁ ବରଂ ମୁହଁ ପାଇଁ ମଧ୍ୟ ବେସ ଲାଭଦାୟକ ଏହାକୁ ଚୋବାଇବା ଦ୍ଵାରା ମୁହଁରୁ ଯେଉଁ ଗନ୍ଧ ବାହାରିଥାଏ ତାହା ଆଉ ବାହାରିବ ନାହିଁ ଏହା ସହିତ ମୁହଁର ବ୍ୟାକ୍ଟେରିୟା ମଧ୍ୟ ନଷ୍ଟ ହେବ।

୨- ଯଦି ଆପଣଙ୍କୁ ଭୀଷଣ କାସ ହେଉଛି ଓ ଅନେକ ଔଷଧ ଖାଇବା ପରେ ମଧ୍ୟ କାସ କମୁନାହିଁ ତେବେ ପାନରେ ହଳଦୀ ମିଶାଇ ଖାଆନ୍ତି।ଏହା ପରେ ମଧ୍ୟ ଯଦି କାସ କାମୁନାହିଁ ତେବେ ସେଥିରେ ସୁଣ୍ଠି ମିଶାଇ ଖାଆନ୍ତୁ ଦେଖିବେ ଅଳ୍ପ ଦିନରେ କାସ କମିଯିବ।
୩-ଯଦି ଆପଣଙ୍କୁ ସର୍ବଦା ଥଣ୍ଡା ହେଉଛି ତେବେ ଆପଣ ପାନରେ ଲବଙ୍ଗ ମିଶାଇ ଖାଇବା ଦ୍ଵାରା ଥଣ୍ଡାରୁ ମୁକ୍ତିପାରିପାରିବେ।

୪-ଯଦି କୌଣସି ବ୍ୟକ୍ତିଙ୍କର ପେଟରେ ଅଧିକ କୃମି ହେଉଛନ୍ତି ତେବେ ସକାଳେ ଓ ସନ୍ଧ୍ୟାରେ ପାନ ଚୋବାଇବା ଦ୍ଵାରା ପେଟର ଆବର୍ଜନା ସଫା ହୋଇଯାଏ ଯାହା ଦ୍ୱାରା କୃମି ସମସ୍ୟା ଦେଖାଯାଇନଥାଏ।

୫- ଯଦି କାହାକୁ ଶ୍ୱାସର ସମସ୍ୟା ଅଛି ତେବେ ପାନରୁ ତେଲ କାଢି ତାକୁ ଗରମ କରି ଦେହରେ ଭଲସେ ମାଲିସ କରନ୍ତୁ ଏହା ଦ୍ଵାରା ଆପଣ ନିଶ୍ଚିତ ଏହାର ଫାଇଦା ଦେଖିପାରିବେ।

Leave a comment