ଦ କପିଲ ଶର୍ମା ସୋ’ରେ ପୁରୁଷ ଓ ମହିଳା ଦଳର ଖେଳାଳି

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ କଲେ କପିଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦ କପିଲ ଶର୍ମା ସୋ’ରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ଦଳର ହକି ଖେଳାଳି ଅତିଥି ଭାବରେ ଯାଇଥିଲେ। ଅଲିମ୍ପିକ୍ସରେ ଉଭୟଙ୍କର ଦମଦାର ପ୍ରଦର୍ଶନ ପରେ ସେମାନଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା।
ସୋ’ ଚାଲିଥିବା ସମୟରେ କପିଲ ଶର୍ମା ଓଡ଼ିଶା ସରକାରଙ୍କ ହକି ପ୍ରତି ଯୋଗଦାନକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ଦଳର ହକି ଖେଳାଳି ସେମାନଙ୍କର ଜବରଦସ୍ତ ପ୍ରଦର୍ଶନ ଜରିଆରେ ଦେଶର ନାଆଁ ଉଜ୍ଜଳ କରିଛନ୍ତି। ଏହା ଆଗାମୀ ଦିନରଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ। ସେମାନେ ଏମାନଙ୍କ ଦ୍ବାରା ଅନୁପ୍ରରିତ ହେବେ ବୋଲି ମୁଁ ଆଶା କରୁଛି। ଏହା ତ ଶୁଭାରମ୍ଭ ମାତ୍ର, ଆମକୁ ଆହୁରି ଉଚ୍ଚତ୍ତର ସୋପାନକୁ ଯିବାକୁ ହେବ।

Leave a comment