ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରେ ୨ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ପୋଲିସ ଭୟ ନାହିଁ ଅପରାଧିଙ୍କର । ସତେଯେମିତି କମିଶନରେଟ ପୋଲିସ ସାଜିଛି ନିରବ ଦ୍ରଷ୍ଟା । ଆଜି ଭୁବନେଶ୍ୱରରେ ମାଷ୍ଟର କ୍ୟାଂଟିନ ଛକ ରାସ୍ତା ଉପରେ ୨ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଆଜି ଦିନ ପ୍ରାୟ ୧.୩୦ ବେଳକୁ ହଠାତ୍ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବକଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ହାଣୁଥିଲେ ଜଣେ ଦୁର୍ବୃତ୍ତ । କେହି କିଛି ଜାଣିବା ପୂର୍ବରୁ ଖଣ୍ଡାରେ ମାରିଚାଲିଥିଲେ ଚୋଟ ପରେ ଚୋଟ । ଆଉ ମାଷ୍ଟରକ୍ୟାଣ୍ଟିନ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରାୟ ୧୫ ମିନିଟ କାଳ ଏଭଳି ଆତଙ୍କରାଜ ଚାଲିଥିଲା ।
ସୂଚନା ଅନୁଯାୟୀ, ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜା ଖାରବେଳ ଥାନାରେ ଅଟକ ଅଛି । ତାର ଅନ୍ୟ ସହଯୋଗୀଙ୍କୁୁ ଧରିବା ପାଇଁ ପୁଲିସ୍ ତନାଘନା ଚଳାଇଛି । ଅଭିଯୁକ୍ତ ରାଜା ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।