ଅସଂଯତ ଅବସ୍ଥାରେ ଧରାପଡି ବନ୍ଧା ହେଲେ ପ୍ରେମୀଯୁଗଳ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘରୁ ଜଣେ ବିବାହିତା ମହିଳାଙ୍କ ସହ ଜଣେ ଯୁବକଙ୍କ ଆପତ୍ତିଜନକ ଅବସ୍ଥାରେ ଧରାପଡିଛନ୍ତି । ଖବରରୁ ପ୍ରକାଶ ଯେ, ଉଦଳା ଥାନା ଅଧିନ ଏନଏସିର ଜଣେ ବିବାହିତା ମହିଳା ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ହୋଇଥିଲା । ଗତକାଲି ଦୁଇଜଣଙ୍କୁ ଏନ୍‌ଏସି ୧୧ ନମ୍ବର ୱାର୍ଡର ଏକ ପରିତ୍ୟକ୍ତ ଘରୁ ଅସଂଯତ ଅବସ୍ଥାରେ ସ୍ଥାନୀୟ ଲୋକେ ଧରିଥିଲେ । ଏହାପରେ ସେମାନଙ୍କୁ ଲୋକେ ଗଛରେ ବାନ୍ଧି ଉଭୟ ପ୍ରେମୀଯୁଗଳଙ୍କୁ ମାଡ ମାରିଥିଲେ । ତେବେ ଗ୍ରାମବାସୀମାନେ ଉଭୟଙ୍କୁ ପୋଲିସ ଜିମା ଦେଇଛନ୍ତି । ଉଭୟ ମହିଳା ଓ ଯୁବକଙ୍କ ଘର ଉଦଳା ଥାନା ଅଞ୍ଚଳର ବୋଲି ଜଣା ପଡିଛି । ପୋଲିସ ଏନେଇ ଅଧିକ ତଦନ୍ତ କରୁଛି ।

Leave a comment