ହୋଟେଲରେ ପାର୍ଟି କରି ୩୭ ବନ୍ଧାହେଲେ
ଓଡ଼ିଶାଫାଷ୍ଟ (ବ୍ୟୁରୋ): କୋଲକାତାରେ ଏକ ନାମୀଦାମୀ ହୋଟେଲରେ ପାର୍ଟି କରୁଥିବାବେଳେ ୩୭ ଜଣଙ୍କୁ ଗିରଫ କରିଛି ପୋଲିସ । କୋଭିଡ ନିୟମକୁ ପାଳନ ନକରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ପ୍ରକାଶ । ୨ଟି ଗାଡି ଏବଂ ୩୮ ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଏହି ମାମଲା ପାର୍କ ଷ୍ଟ୍ରିଟରେ ଥିବା ଏକ ପାର୍କ ହୋଟେଲର । ରାତି ୧.୧୫ ସମୟରେ ପାର୍କ ହୋଟେଲ ଉପରେ ଅଚାନକ ଚଢଉ କରିଥିଲା ପୋଲିସ । ଏହି ଚଢଉରେ ପୋଲିସ ୩୭ ଜଣଙ୍କୁ ଗିରଫ କରିଥିଲା । ଏହାସହ ଫୋନ୍ କାର୍ଟ ବ୍ୟତୀତ ଏକ ଡିଜେ ଡିସ୍କ, ଏମ୍ପ୍ଲିଫାୟର୍, ଦୁଇଟି ସାଉଣ୍ଡ ବକ୍ସ, ଡିଜେ ଲାଇଟ୍, ତିନୋଟି ହୁକ୍କା, ଚାରିଟି ମଦ ବୋତଲ ଏବଂ ଏକ ଗଞ୍ଜା କ୍ୟାସରୋଲ ମଧ୍ୟ ଜବତ କରାଯାଇଛି ।