ଆଣ୍ଟି-ଡ୍ରୋନ ସିଷ୍ଟମ କିଣିବ ବାୟୁସେନା

0

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଇତିମଧ୍ୟରେ ୧୦ଟି ଆଣ୍ଟି-ଡୋନ ସିଷ୍ଟମ କିଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆତଙ୍କବାଦୀଙ୍କ ପକ୍ଷରୁ ସମ୍ଭାବ୍ୟ ଡ୍ରୋନ ଆକ୍ରମଣକୁ ଦୃଷ୍ଟିରେ ରଖି କେଉଁ ବାୟୁସେନା ଘାଟିରେ ଏଗୁଡିକୁ ଖଞ୍ଜାଯିବ, ସେଗୁଡିକୁ ମଧ୍ୟ ଚିହ୍ନଟ କରାଯାଇଥିବା କୁହାଯାଇଛି । ଏଥିପାଇଁ ବିଭିନ୍ନ କମ୍ପାନୀ ନିକଟରୁ ଟେଣ୍ଡର ଆହ୍ୱାନ କରାଯାଇଛି । ସମ୍ଭାବ୍ୟ ଡ୍ରୋନ ଆକ୍ରମଣର ସଫଳ ମୁକାବିଲା କରିବାକୁ ଆଣ୍ଟି-ଡ୍ରୋନ ସିଷ୍ଟମ ଅତ୍ୟାଧୁନିକ ହୋଇଥିବା ଜରୁରୀ ବୋଲି ଟେଣ୍ଡରରେ ଉଲ୍ଲେଖ କରାଯାଇଛି । ୨୦୨୦ରୁ ଆଜି ପର୍ଯ୍ୟନ୍ତ ସୀମାରେ ପ୍ରହରାରତ ବିଏସଏଫ ଯବାନ ୯୯ଟି ଡ୍ରୋନକୁ ଠାବ କରିସାରିଥିବା ଜଣାପଡିଛି । ସେଗୁଡିକ ମଧ୍ୟରୁ କେତେକ ଡ୍ରୋନକୁ ଗୁଳିକରି ଖସାଇ ଦିଆଯାଇଥିବାବେଳେ ଅଧିକାଂଶ ପୁଣି ପାକିସ୍ତାନ ସୀମାକୁ ଫେରିଯାଇଥିବା କୁହାଯାଇଛି ।

Leave a comment