ଯୁବ ଉତ୍କଳ ଫାଉଣ୍ଡେସନ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବୀନ ବାବୁ ସମାଜ ମଙ୍ଗଳା ନୀତିଠୁ ଅନୁପ୍ରାଣିତ ହୋଇଛି । ୨୨ ନମ୍ବର ୱାର୍ଡ ଭରତପୁର କମ୍ୟୁନିଟି ସେଣ୍ଟର ପରିସର ବନ ମହାଉତ୍ସବର “ମୋ ଗାଳି ମୋ ଦାୟିତ୍ୱ” ପ୍ରୋଗ୍ରାମରେ “ତରୁ” ଏକ ବିଶାଳ ବୃକ୍ଷରୋପଣର ଶୁଭାରମ୍ଭ ହୋଇଛ। ପ୍ରଥମ ଦିନରେ ଯୁବ ଉତ୍କଳ ଫାଉଣ୍ଡେସନ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ଉତ୍ତରର ବିଧାୟକ ସୁଶାନ୍ତ କୁମାର ରାଉତ ଓ ପୂର୍ବତନ କର୍ପୋରେଟର ସମୀର ପ୍ରଧାନ। ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର। ପୂର୍ବତନ କର୍ପୋରେଟର ହରେକୃଷ୍ଣ ନାଏକ, ଜୟ ଓଡ଼ିଶା ର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ଓ ଏହା ସହ ଅନେକ ଜନସାଧାରଣ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଏଥିରେ ସାମିଲ ହୋଇଥିବା ଲୋକେ ନିଜ ଇୟେ କାର୍ଯ୍ୟରେ ଯୋଗ ଦେଇଥିବାରୁ ଧନ୍ୟମାନେ କଲେ। ୱାର୍ଡ ନ. 22 ର କୋଭିଡ଼୍ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ବୃକ୍ଷରୋପଣ କରାଗଲା। ଏଠାରେ OPUS ଦ୍ୱାରା ପରିଚାଳିତ ଆଶ୍ରୟସ୍ଥଳୀରଲୋକ ମାନେ ମଧ୍ୟ ଉପସ୍ଥିତ ଥିଲେ। ଯୁବା ଉତ୍କଳ ଦ୍ୱାରା “ଗେଓ କ୍ୟାମେରା” ଆପ୍ପ ଦ୍ୱାରା ଯେତେ ଟା ଗଛ ଲାଗିଲା ତାର ରେକର୍ଡ ମଧ୍ୟ ରଖିବା। ଯୁବା ଉତ୍କଳ ଫୋୖଣ୍ଡସନ ର ଅନ୍ୟାୟ କର୍ମକର୍ତା ମନେ ଉପସ୍ଥିତ ଥିଲେ।

Leave a comment