ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ!
ଓଡ଼ିଶାଫାଷ୍ଟ (ବ୍ୟୁରୋ): ଆସନ୍ତା ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ମୌସୁମୀ ଅଧିବେଶନର ଅବଧି ନେଇ ଉପରୋକ୍ତ ସୁପାରିସ କରିଥିବା ଜଣାପଡିଛି। ସଂସଦ ଅଧିବେଶନ ସମୟରେ ସମସ୍ତଙ୍କୁ କୋଭିଡ୍ ପ୍ରୋଟକଲ ମାନିବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ୟପକ୍ଷରେ ପ୍ରତ୍ୟେକ ସାଂସଦ ଅତିକମରେ ଗୋଟିଏ ଡୋଜ କୋଭିଡ ଟିକା ନେଇଥିବା ଜରୁରୀ। ଗତବର୍ଷର ବଜେଟ, ମୌସୁମୀ ଅଧିବେଶନ ସାଙ୍ଗକୁ ଚଳିତବର୍ଷର ବଜେଟ ଅଧିବେଶନ ମଧ୍ୟ ପ୍ରଭାବିତ ହୋଇସାରିଛି । ଏପରିକି ୨୦୨୦ ଶୀତକାଳୀନ ଅଧିବେଶନକୁ ବାତିଲ କରିବାକୁ ମଧ୍ୟ ପଡିଥିଲା ।