ମୋଦିଙ୍କ ସ୍ଥାନରେ ଆଉ କିଏ ଥିଲେ ସଂପର୍କ ଭଲ ହୋଇଥାନ୍ତା
ଓଡ଼ିଶାଫାଷ୍ଟ (ବ୍ୟୁରୋ): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦ ନ୍ୟୁ ୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଯଦି ଭାରତରେ ନରେନ୍ଦ୍ର ମୋଦିଙ୍କର ସ୍ଥାନରେ ଆଉ କିଏ ଥାନ୍ତେ ବୋଧହୁଏ ପାକିସ୍ତାନ ସହିତ ସଂପର୍କ ବହୁତ ଭଲ ହୋଇଥାନ୍ତା । ସବୁ ମତଭେଦର ସମାଧାନ ହୋଇ ଯାଇ ଥାନ୍ତା । ନିଜେ ଇମରାନ ଖାନ ଦେଇଥିବା ସାକ୍ଷାତ୍କାରରେ ଏହି କଥା କହିଛନ୍ତି । ଇମ୍ରାନ କହିଛନ୍ତି କି, ମୁଁ ଭାବୁଛି କି,ଏହା ଆରଏସ୍ଏସ୍ର ଅଜବ ବିଚାର, ଯାହା ସହ ମୋଦିଙ୍କର ସଂପର୍କ ରହିଛି । ଯଦି ଭାରତରେ ନରେନ୍ଦ୍ର ମୋଦିଙ୍କ ସ୍ଥାନରେ ଆଉ କିଏ ନେତା ଥାନ୍ତେ ତ, ତାଙ୍କ ଦ୍ୱାରା ପାକିସ୍ତାନର ଭଲ ସଂପର୍କ ହୋଇଥାନ୍ତା ଏବଂ ଆମେ ନିଜର ଭିନ୍ନ ଭିନ୍ନ ବିଷୟକୁ ମଧ୍ୟ ସମାଧାନ କରି ପାରିଥାନ୍ତେ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି , ଏଥିପାଇଁ ଯେବେ ମୁଁ ପାକିସ୍ତାନରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଯୋଗ ଦେଲି, ସେତେବେଳେ ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲି ମୋର ଶାସନକୁ ଆସିବାରେ ସର୍ବପ୍ରଥମେ ଓ ମୁଖ୍ୟ କାରଣ ଯେ, ମୁଁ ପାକିସ୍ତାନରୁ ଗରିବୀ କମ୍ କରିବାକୁ ଚାହୁଁଛି । ଏଥିପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ବ୍ୟବସାୟ ଠିକ ଭାବରେ ଚାଲୁ । ଏଥିରେ ଦୁଇ ଦେଶର ଲାଭ ହେବ ।