କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡିକରେ ବସ ଚଳାଚଳ ନେଇ ଚାଲିଛି ଆଲୋଚନା: ପରିବହନ ମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବସ ଚଳାଚଳ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଜୁଲାଇ ୧ ତାରିଖ ପରେ ନିଷ୍ପତ୍ତି ହେବ ରାଜ୍ୟରେ ବସ ଚଳାଚଳ ହେବ କି ନାହିଁ । କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡିକରେ ବସ ଚଳାଚଳ ନେଇ ଆଲୋଚନା ଚାଲିଛି । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲକଡାଉନ କଟକଣା ପାଇଁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିଛି ।
ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ପ୍ରାୟ ଦୁଇମାସ ଧରି ରାଜ୍ୟରେ ବନ୍ଦ ରହିଛି ବସ ସେବା। ପୂର୍ବରୁ କରୋନାର ପ୍ରଥମ ଲହରରେ କଟକଣା ପାଇଁ ବସ ସେବା ୬ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିଲା। ସେକେଣ୍ଡ ୱେଭରେ ମଧ୍ୟ ଲକ୍ଡାଇନ, ସଟ୍ଡାଉନ ପାଇଁ ବସ ବନ୍ଦ ରହି ବ୍ୟବସାୟକୁ ଧରାଶାୟୀ କରିଛି।