ଆଇଏସଆଇ ଟାର୍ଗେଟରେ କୃଷକ ଆନ୍ଦୋଳନ: ଗୁଇନ୍ଦା ବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇଏସ୍ଆଇ ଟାର୍ଗେଟରେ କୃଷକ ଆନ୍ଦୋଳନ। ହିଂସା ଘଟାଇବାକୁ ବ୍ୟାପକ ଷଡଯନ୍ତ୍ର କରିଛି ପାକିସ୍ତାନର ଆଇଏସ୍ଆଇ। ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ସମୟରେ ହିଂସା ପ୍ରତି ଲୋକଙ୍କୁ ଉସୁକାଇବା ସହ ବ୍ୟାପକ କରିବାକୁ ବଡ ଷଡଯନ୍ତ୍ର ରଚିଛି । ଏନେଇ ଗୁଇନ୍ଦା ଏଜେନ୍ସି ଆଲର୍ଟ କରିଛ। ଗୁଇନ୍ଦା ଅଧିକାରୀ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିମାନଙ୍କୁ ସତର୍କ କରାଇ ଦେଇଛନ୍ତି ।

ସୂଚନା ମୁତାବକ ପାକିସ୍ତାନ ଭିତ୍ତିକ ଆଇଏସଆଇର ପ୍ରତିନିଧୀମାନେ ପ୍ରସ୍ତାବିତ କୃଷକଙ୍କ ଆନ୍ଦୋଳନରେ ହିଂସା ଘଟାଇବା ସହ ସୁରକ୍ଷା ବାହିନୀକୁ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । କୁହାଯାଉଛି ଯେ ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ସଂପୃକ୍ତ ଏଜେନ୍ସିକୁ ଏକ ଚିଠି ପଠାଯାଇଛି । ଏହି ଚିଠି ପାଇବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ କିଛି ସ୍ଥାନରେ ମେଟ୍ରୋ ଷ୍ଟେସନ୍ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

Leave a comment