ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ପାଇଁ “ନିର୍ମାଣ କୁସୁମ” ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ମିଳିବ ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟଦେବ ଭବନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ “ନିର୍ମାଣ କୁସୁମ” ନାମକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ।
ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ଶିକ୍ଷା ଯେପରି ଅଟକି ନଯାଏ ତାକୁ ଦୃଷ୍ଟିରେ ରଖି ଆଇଟିଆଇ ଏବଂ ପଲିଟେକନିକ ବୈଷୟିକ ଶିକ୍ଷା ନିମନ୍ତେ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାରେ ଆଇ.ଟି.ଆଇ ଶିକ୍ଷା ପାଇଁ ୨୩,୬୦୦ ଟଙ୍କା ଏବଂ ଡିପ୍ଲୋମା ପାଇଁ ସର୍ବାଧିକ ୨୬,୩୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ସେହିପରି ୨୦୧୮-୧୯ ଶିକ୍ଷା ବର୍ଷ ନିମନ୍ତେ ରାଜ୍ୟର ୧୮୭୮ ହିତାଧିକାରୀଙ୍କୁ ୧.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ସିଧାସଳଖ ଶିକ୍ଷାର୍ଥୀଙ୍କ ବ୍ୟାଙ୍କ ଖାତାରେ ଜମାକରାଯାଇଛି । ଏହାଛଡା ରାଜ୍ୟର ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସ୍ୱଭାବିକ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଏବଂ ଦୁର୍ଘଟଣା ଜନୀତ ମୃତ୍ୟୁ ପାଇଁ ସହାୟତା ରାଶିକୁ ୨ଲକ୍ଷରୁ ୪ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।