୧୧୨ ଗ୍ରାମ ବ୍ରାଉନ ସୁଗର ଜବତ: ୨ ଗିରଫ
(ଓଡ଼ିଶାଫାଷ୍ଟ ବ୍ୟୁରୋ): ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ମୋଟେଲଛ ନିକଟରୁ ପୁଲିସ ୧୧୨ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଦୁଇ ଜଣ ଯୁବକ ଜଳେଶ୍ୱରରୁ ବ୍ରାଉନସୁଗାର ନେଇ ନିଜ ଗ୍ରାମକୁ ବେପାର ପାଇଁ ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି । ଭଦ୍ରକ ଟାଉନ ପୋଲିସ ଖବର ପାଇଁ ୧୬ ନମ୍ବର ଜାତୀୟ ରାଜପଥର ମୋଟେଲଛକ ନିକଟରେ ବାଇକ ଅଟକାଇ ଚେକିଂ କରିଥିଲା । ଚେକିଂ ସମୟରେ ଉଭୟଙ୍କ ନିକଟରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ପଚରାଉଚରା ବେଳେ ସେମାନେ ଜଳେଶ୍ୱରରୁ ବ୍ରାଉନସୁଗାର ଆଣୁଥିବା ସ୍ୱୀକାର କରିଛନ୍ତି । ସେମାନଙ୍କ ନିକଟରୁ ୨ ମୋବାଇଲ ସହ ବାଇକ ବି ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ୧୫ ଲକ୍ଷ ଟଙ୍କା ର ହେବ ବୋଲି ଭଦ୍ରକ ଏସଡ଼ିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି ।