୨ କିଲୋ ଓଜନର ହଳଦିଆ କଇଁଛ ଉଦ୍ଧାର

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ବୈତରଣୀ ନଦୀ ପାଖ ରାସ୍ତାରେ ଏକ ହଳଦିଆ କଇଁଛ ଉଦ୍ଧାର କରାଯାଇଛି । କଇଁଛଟିର ଓଜନ ୨ କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ବିରଳ କଇଁଛ ବାତ୍ୟା ୟାସ ଯୋଗୁଁ ସମୁଦ୍ରରୁ ନଦୀକୁ ଚାଲିଆସିଥିବା ଅନୁମାନ କରାଯାଉଛି । ତେବେ କଇଁଛଟିକୁ ପୁଣି ନଦୀରେ ଛାଡ଼ି ଦିଆଯାଇଛି ।ଏହି ହଳଦିଆ ରଙ୍ଗର କଇଁଛ ଦେଖିବାକୁ ଲୋକଙ୍କର ଭିଡ଼ ଜମିବାରୁ ବନ ବିଭାଗକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି ଏହି ବିରଳ କଇଁଚଟିକୁ ଉଦ୍ଧାର କରି ବୈତରଣୀରେ ଛାଡି ଦେଇଥିଲେ ।

Leave a comment