୨୭ ଦିନରେ ୧୦୮ଟି ୟୁଟ୍ୟୁବ୍ କ୍ଲାସ
ଅଗଷ୍ଟ ପରେ ସ୍କୁଲ ଖୋଲିବା ନିଷ୍ପତ୍ତି!
ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଠପଢ଼ା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ । ୩ ମାସ ବିତିଯାଇଥିଲେ ମଧ୍ୟ କ୍ଲାସରୁମ୍ ପାଠପଢ଼ା ହୋଇପାରିନି । ଯେଉଁଥିପାଇଁ ଆସନ୍ତା ୨୧ ତାରିଖରୁ ୟୁଟ୍ୟୁବ୍ରେ ୯ମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ । ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ୟୁଟ୍ୟୁବ୍ରେ ଶିକ୍ଷାଦାନ ଲାଗି ମାଧ୍ୟମିକ ଶିକ୍ଷା ର୍ନିେଶାଳୟ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ୪୦ ଦିନ ମଧ୍ୟରୁ ୨୭ ଦିନ ୟୁଟ୍ୟୁବ୍ରେ ପାଠପା ଚାଲିବ । ପ୍ରତିଦିନ ୪ଟି ଲେଖାଏଁ ପିରିୟଡ୍ ହେବ । ୨୦୨୦-୨୧ ଶିକ୍ଷାବର୍ଷରେ କାଣ୍ଟଛାଣ୍ଟ ହୋଇଥିବା ସିଲାବସ୍ ଅନୁଯାୟୀ ଦଶମ ଶ୍ରେଣୀ ପିଲାଙ୍କ ପାଠପା ହେବ ବୋଲି ଧାର୍ଯ୍ୟ ହୋଇଛି । ସ୍ଥିତିକୁ ଦେଖି ଆସନ୍ତା ଅଗଷ୍ଟ ମାସରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।