ରାଜ୍ୟରେ ଆଜି ଆଉ ୬୦୯୭ କରୋନା ପଜିଟିଭ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟର ଗତ ୨୪ ଘଣ୍ଟାରେ ୬୦୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୪୪୬ଟି ମାମଲା ଆସିଥିବା ବେଳେ ୨ ହଜାର ୬୫୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।ଖୋର୍ଦ୍ଧାରୁ ସର୍ବାଧିକ ହଜାରେ ୧୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ କଟକରୁ ୬୪୭, ଯାଜପୁରରୁ ୪୩୪, ବାଲେଶ୍ବରରୁ ୩୯୨, ମୟୂରଭଞ୍ଜରୁ ୨୯୭, ଅନୁଗୁଳରୁ ୨୯୫, ପୁରୀରୁ ୨୯୧, କେନ୍ଦ୍ରାପଡାରୁ ୨୫୩, ଭଦ୍ରକରୁ ୨୪୬, ଜଗତସିଂହପୁରରୁ ୨୨୬, ସୁନ୍ଦରଗଡ଼ରୁ ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୫୧, ନବରଙ୍ଗପୁରରୁ ୧୪୬, ବୌଦ୍ଧରୁ ୧୩୦, କୋରାପୁଟରୁ ୧୨୬, କେନ୍ଦୁଝରରୁ ୧୨୩, ନୟାଗଡ଼ ଓ ରାୟଗଡ଼ାରୁ ୧୨୦ଜଣ ଲେଖାଏଁ , କନ୍ଧମାଳରୁ ୧୧୨, ବରଗଡ଼ରୁ ୧୦୭, ସମ୍ବଲପୁରରୁ ୧୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୮୪, ବଲାଙ୍ଗୀର ଓ କଳାହାଣ୍ଡିରୁ ୭୭ଲେଖାଏଁ, ଢେଙ୍କାନାଳରୁ ୭୩, ସୋନପୁରରୁ ୬୪, ଗଜପତିରୁ ୪୮, ଗଞ୍ଜାମରୁ ୪୫, ଝାରସୁଗୁଡାରୁ ୪୨, ଦେଓଗଡ଼ରୁ ୨୮, ନୂଆପଡାରୁ ୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a comment