ଲଗାଣ ବର୍ଷାରେ ବେହାଲ ମୁମ୍ବାଇ: କୋଠା ଭୁଶୁଡ଼ି ୧୧ ଜଣଙ୍କର ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲଗାଣ ବର୍ଷାରେ ମାୟାନଗରୀ ମୁମ୍ବାଇ ହାଲ୍ ବେହାଲ୍ ହୋଇ ପଡ଼ିଛି। ମୁମ୍ବାଇର ମାଲାଡ ଅଞ୍ଚଳରେ କୋଠା ଭୁଶୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୧୫ରୁ ଅଧିକ ମହିଳା ଏବଂ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଙ୍ଗା କୋଠା ତଳେ ଆଉ କିଛି ଫଶି ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ମୁମ୍ୱାଇ ସହରର ବିଭିନ୍ନ ରୁଟରେ ଦେଖାଦେଇଛି ଟ୍ରାଫିକ୍ ସମସ୍ୟା। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି, ବିଭିନ୍ନ ସ୍ଥାନରେ ଟ୍ରାଫିକ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ପାଣିପାଗ ବିଭାଗ କହିଛି, ଆଗାମୀ ୨୪ ଘଣ୍ଟା ଯାଏ ଏଭଳି ମୂଷଳଧାରାରେ ବର୍ଷା ହେବ।