ଗୁଗୁଲ୍‌ ଓ ଫେସ୍‌ବୁକ ଗଣିବେ ୧୫% ଟିକସ

0

ଲଣ୍ଡନ(ଓଡ଼ିଶା ଫାଷ୍ଟ ବ୍ୟୁରୋ) : ଗୁଗଲ୍‌, ଆମାଜନ୍‌ ଓ ଫେସ୍‌ବୁକ ଭଳି ବଡ ବଡ କମ୍ପାନିମାନଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରିବା ଲାଗି ଆମେରିକା, ବ୍ରିଟେନ୍‌ ଓ ଅନ୍ୟାନ୍ୟ ବିତ୍ତଶାଳୀ ରାଷ୍ଟ୍ରମାନେ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମାରେ ନିଷ୍ପତ୍ତି ହୋଇଛି । ବହୁଦେଶୀୟ କମ୍ପାନୀମାନଙ୍କୁ ସର୍ବନିମ୍ନ ୧୫ ପ୍ରତିଶତ ହାରରେ ଟିକସ ଗଣିବାକୁ ପଡିବ । ଜି୭ ରାଷ୍ଟ୍ରଗୁଡିକ ବିଶ୍ୱ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ରାଜି ହୋଇଛନ୍ତି । ତେବେ କୋଭିଡ୍‌ -୧୯ ମହାମାରୀ ଯୋଗୁଁ ଆର୍ଥିକ ସଙ୍କଟରେ ଚଳୁଥିବା ସରକାରମାନେ କୋଟି କୋଟି ଟଙ୍କା ରାଜସ୍ୱ ହାସଲ କରିପାରିବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି । ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି୭ ରାଷ୍ଟ୍ରର ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଆନ୍ତର୍ଜାତିକ ଟିକସକୁ ନେଇ ଜି୭ର ନିଷ୍ପତ୍ତି ଐତିହାସିକ ବୋଲି ଜର୍ମାନୀର ଅର୍ଥମନ୍ତ୍ରୀ ଓଲାଫ ସୋଲ୍‌ଜ କହିଛନ୍ତି । ଜି୭ ଗୋଷ୍ଠୀରେ ବ୍ରିଟେନ, ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ ସାମିଲ ଅଛନ୍ତି ।

Leave a comment