ଚଳଚଞ୍ଚଳ ରଥଖଳା, ଅଖ-ଚକ ସଂଯୋଗ ପାଇଁ ଚାଲିଛି ପ୍ରସ୍ତୁତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଯୋରସୋରରେ ଚାଲିଛି। ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି। ଏଥିସହ ପଇରେ ବିନ୍ଧ କାମ ଚାଲିଛି। ମହାପ୍ରଭୁଙ୍କ ଭଉଁରୀ ଉତ୍ସବକୁ ଦୃଷ୍ଟି ଦେଇ କାମ ଆଗଉଛି । ଏହି ପବିତ୍ର ତିଥି ରଥର ଚକ ଓ ଅଖ ସଂଯୁକ୍ତ ହେବ ।

ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି। ଯନ୍ତା ପଟାରେ ତୁମ୍ବ ସହ ଅର ସଂଯୋଗ ବା ସିଙ୍ଗଡ଼ା ବାଡ଼ିଆ ହୋଇ ପଇକୁ ବିନ୍ଧ ପରେ ଖୁସିଅର ଲାଗୁଛି। ପରେ କଳସା କରାଯାଇ ପଇକୁ ବାନ୍ଧେଣୀ କରି ଚକ ପ୍ରସ୍ତୁତ ହେଉଛି।

Leave a comment