ଝାଉଁ ଓ ହେନ୍ତାଳ ଜଙ୍ଗଲ ହେଉଛି ଏକମାତ୍ର ରକ୍ଷାକବଚ :ଶ୍ରୀକାନ୍ତ ଜେନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାତ୍ୟା”ୟାସ’ ଯୋଗୁ ଓଡ଼ିଶାର ୩ଟି ଜିଲ୍ଲାର କିଛି ଗାଁରେ ସମୁଦ୍ରପାଣି ପସିଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାଲେଶ୍ୱର ସଦର ଏବଂ ବାଲିଆପାଳ ବ୍ଲକର କେତେଟି ଗାଁ ଓ ଭଦ୍ରକର ଚାନ୍ଦବାଲିର କେତୋଟି ଗାଁ ସମେତ କେନ୍ଦ୍ରାପଡ଼ାର ରାଜନଗରର କିଛି ଗାଁରେ ମଧ୍ୟ ଲୁଣିପାଣି ପସିଛି । ଯାହା ପୂର୍ବାନୁମାନ ଥିଲା ବାତ୍ୟା ଭୟଙ୍କର ରୂପ ନେବବୋଲି କିନ୍ତୁ ତାହା କ୍ରମେ ଦୁର୍ବଳ ହୋଇଥିଲା । ବାତ୍ୟାଳ ଗତକାଲି ପ୍ରଧାନମନ୍ତ୍ରୀ ଆସି ବୁଲିଯାଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ତା\’ପୂର୍ବରୁ ଆକାଶ ମାର୍ଗରୁ ଦେଖିଛନ୍ତି । ରାଜ୍ୟସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସମୁନ୍ଦ୍ରଜୁଆରରୁ କିପରି ଭବିଷ୍ୟତରେ ଲୋକଙ୍କୁ ରକ୍ଷା କରାଯାଇ ପାରିବ ସେ ଦିଗରେ ରାଜ୍ୟସରକାର ଏକ ଦୂରଗାମି ଖସଡ଼ା ପ୍ରସ୍ତୁତ କରିବେ । ଠିକ୍ ଏହିଭଳି ୨୦୧୬ରେ ମଧ୍ୟ ରାଜ୍ୟସରକାର କହିଥିଲେ । କିନ୍ତୁ ସେ ଦିଗରେ କିଛି କାର୍ଯ୍ୟକ୍ରମ ନିଆଗଲା ନାହିଁ ।
ସମୁନ୍ଦ୍ରକୁଳ ଅଳରେ ଅନ୍ଧାଧୁନ ଜଙ୍ଗଲ କଟା ଚାଲିଛି । ଯଦ୍ୱାରା ସମଗ୍ର ଉପକୁଳ ଅଳର ପରିବେଶ (ଋମକ୍ଟ ଓଜ୍ଞଭବକ୍ଷବଦ୍ଭମର) ଏତେ ଖରାପ ହୋଇଛି ଯେ ଯାହାର କୁପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡ଼ୁଛି । ହେନ୍ତାଳ ଜଙ୍ଗଲ(ଗବଦ୍ଭଶକ୍ସକ୍ଟଙ୍ଖର ୠକ୍ଟକ୍ସରଗ୍ଦଗ୍ଧ) କେବଳ ଭିତରକନିକା (ଝବଦ୍ଭମଗ୍ଧଙ୍କବକ୍ସଚ୍ଚ) ବ୍ୟତିତ ଅନ୍ୟ ସ୍ଥାନରେ ଏକପ୍ରକାର ଧ୍ୱଂସ । ଏହା ସବୁଠୁ ବଡ଼ ପ୍ରାକୃତିକ ପ୍ରାଚୀର ସମୁନ୍ଦ୍ର କୁଳର । ସରକାର ଏଦିଗରେ ଏକ ଠୋସ୍ କାର୍ଯ୍ୟକ୍ରମ(ଞସଜ୍ଞର ଈକ୍ଟଙ୍କଦ୍ଭୟ) ହାତକୁ ନିଅନ୍ତୁ । “ଝାଉଁ ଓ ହେନ୍ତାଳ ଜଙ୍ଗଲ ସବୁଠୁ ବଡ଼ ରକ୍ଷାକବଚ।
ଚିଙ୍ଗୁଡ଼ି ଚାଷକୁ ନିୟନ୍ତ୍ରିତ କରିବାକୁ ରାଜ୍ୟସରକାର ଏକ ଜରଶଙ୍କକ୍ଷବଗ୍ଧକ୍ଟକ୍ସଚ୍ଚ ଇଙ୍କଗ୍ଧଷକ୍ଟକ୍ସସଗ୍ଧଚ୍ଚ ଗଠନ କରାନ୍ତୁ । ଯାହା ଫଳରେ ପରିବେଶକୁ ନଷ୍ଟନକରି ଚିଙ୍ଗୁଡ଼ି ଚାଷ (ଇକ୍ତଙ୍କବମଙ୍କକ୍ଷଗ୍ଧଙ୍କକ୍ସର) ଠିକ୍ ଭାବେ ହୋଇପରିବ । ଜଙ୍ଗଲ ଜମି ଓ ସରକାରୀ ଜମିରେ ପୁନଃ ଜଙ୍ଗଲ ସୃଷ୍ଟି ନକଲେ ଆଉ ଯେତେ ଯାହା କଲେବି କିଛି ବିଶେଷ କାମ ଦେବନାହିଁ । କଂକ୍ରିଟ ପାଚେରୀ କଲେବି ତା\’ମଧ୍ୟ ରହିବନାହିଁ । ବରଂ \”\”ଜଳନିସ୍କାସନ\’\’ରେ ବାଧା ହେବ । ଦେଶର ପରିବେଶବିତ୍ ମାନେ ବାରମ୍ବାର ସରକାରଙ୍କୁ ଏକଥା କହି ଆସିଛନ୍ତି । ମୋର ବିଶ୍ୱାସ ରାଜ୍ୟସରକାର ତୁରନ୍ତ ବ୍ୟାପକ ଝାଉଁ ଓ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଲେହିଁ ପ୍ରକୃତ ହେବ ।
୧୯୭୧ ମହାବାତ୍ୟା ଅତି ଭୟଙ୍କର ଥିଲା । ୧୦ହଜାରରୁ ଅଧିକ ଲୋକ ସେତେବେଳେ ପ୍ରାଣ ହରାଇଥିଲେ । ହଜାର ହଜାର ଗୋରୁ-ଗାଇ ମରିଥିଲେ । ରାଜ୍ୟରେ ଉତ୍କଳ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର ସରକାର ସେତେବେଳେ ଥିଲା । ବିଜୁବାବୁଙ୍କ(ବିଜୁ ପଟ୍ଟନାୟକ) ନିର୍ଦ୍ଦେଶରେ ଏକ ଦୀର୍ଘ କାଳୀନ ଯୋଜନା ପ୍ରସ୍ତୁତ ହୋଇଥିଲା । ଓଡ଼ିଶାର ୪୮୦କି.ମି. ସମୁନ୍ଦ୍ରକୁଳରେ ୧କି.ମି. ଚଉଡ଼ାରେ ଅର୍ଥାତ୍ ୪୮୦ବର୍ଗ କିଲୋମିଟରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ୪୮୦୦୦ହେକ୍ଟର ଜମିରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ର୍ବମାନ ତା\’ ବନ୍ଦ ହୋଇଯାଇଛି । ସେହି କାର୍ଯ୍ୟକ୍ରମକୁ ପୁଣିଥରେ ରାଜ୍ୟସରକାର ଯୁଦ୍ଧକାଳୀନ ଭିିରେ ଆରମ୍ଭ କରାନ୍ତୁ । ଏଥିପାଇଁ ଅତିବେଶୀରେ ୨୫୦କୋଟି ଟଙ୍କା ଖର୍ଚ୍ଚ ହେବ (ହେକ୍ଟର ପିଛା ୫୦ହଜାର ହିସାବରେ) । ହଜାର ହଜାର ଲୋକେ କାମ ପାଇବେ ଓ ସମଗ୍ର ଉପକୂଳ ଅଳକୁ ବାତ୍ୟାର ତାଣ୍ଡବରୁ ରକ୍ଷା କରିହେବ ।