୭ଟି ଜିଲ୍ଲା ରେ ରେଡ ଆଲର୍ଟ,ଦୁଇଦିନ ଲଗାଣ ବର୍ଷା

0


ଓଡ଼ିଶା ଫାଷ୍ଟ (ବ୍ୟୁରୋ) ବଙ୍ଗୋପସାଗରେ ସୁଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହେବ । ଏହା ଆସନ୍ତା ୧୨ ଘଂଟା ମଧ୍ୟରେ ଅବପାତର ରୂପ ନେବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶାର ଉପକୂଳ ଅଂଚଳରେ ପ୍ରବେଶ କରିବ । ଆଜି ବିଳମ୍ବିତ ରାତି ଓ ଆସନ୍ତାକାଲି ସକାଳ ସୁଧା କଳିଙ୍ଗପଟନମ୍ ଓ ପୁରୀ ମଧ୍ୟରେ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବଜ୍ରପାତ ସହ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୨୦ ଓ ୨୧ତାରିଖ ଦୁଇ ଦିନ ଧରି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଭାରତୀୟ ପାଣିପାଗ ତରଫରୁ ୭ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି ।  ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, କଳାହାଣ୍ଡି, କୋରାପୁଟ ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମାଲକାନଗିରି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ,ଭଦ୍ରକ ଓ ବାଲେଶ୍ୱର ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ଗତ କାଲି ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି ।

Leave a comment