ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ, ଆଖି ବୁଜିଲେ ୨୫ ରୋଗୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶକୁ ଯେପରି ସଙ୍କଟ ଘେରି ଯାଇଛି। ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ଗତ ୨୪ ଘଣ୍ଟାରେ ୨୫ଜଣ ରୋଗୀ ଆଖି ବୁଜିଛନ୍ତି।
ହସ୍ପିଟାଲର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଅକ୍ସିଜେନ୍ ଅଭାବରୁ ହସ୍ପିଟାଲର ଭେଣ୍ଟିଲେଟର କାମ କରୁନାହିଁ। ଅମ୍ଳଜାନର ତୁରନ୍ତ ଆବଶ୍ୟକତା ରହିଛି। ଏବେ ସୁଦ୍ଧା ଆଗାମୀ ଦୁଇଘଣ୍ଟା ପାଇଁ ଅକ୍ସିଜେନ୍ ରହିଛି। ତେଣୁ ଆଇସିୟୁରେ ଥିବା ଅନ୍ୟ ୬୦ଜଣ ରୋଗୀଙ୍କ ଜୀବନ ଉପରେ ବିପଦ ରହିଛି ବୋଲି କହିଛନ୍ତି ମେଡିକାଲ ନିର୍ଦ୍ଦେଶକ। ପ୍ରକାଶ ଥାଉ କି, ପୂର୍ବରୁ ଗୁଜୁରାଟର ଦୁଇଟି ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୧୦ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ ନାସିକ ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ଟାଙ୍କି ଲିକ ହୋଇ ୨୨ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

Leave a comment