ମେଡିକାଲ କଲେଜ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପାଇଁ କନ୍ଧମାଳରେ ୫ଟି ସଚିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କନ୍ଧମାଳ ଜିଲ୍ଲାରେ ପ୍ରସ୍ତାବିତ ମେଡିକାଲ କଲେଜ କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି କନ୍ଧମାଳ ଗସ୍ତ କରୁଛନ୍ତି। ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ବିଦ୍ଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଉଦ୍ୟମରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୧୦ ଡିସେମ୍ବର ୨୦୨୦ରେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ୩ ବର୍ଷ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ।