ତାମିଲନାଡୁର ସବୁ ସ୍କୁଲ ବନ୍ଦ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆ ବର୍ଷା ଆରମ୍ଭରେ କରୋନା ଭୂତାଣୁ ଉପରେ ଦେଶ କାବୁ ପାଇଥିବା ବେଳେ ବର୍ତ୍ତମାନ ଦେଶରେ ବଢ଼ୁଥିବା ଦୈନିକ ସଂକ୍ରମଣ ପୁଣି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ମଧ୍ୟରେ ତାମିଲନାଡୁରେ ନିର୍ବାଚନୀ ପାଇଁ ଜୋର ସୋରରେ ପ୍ରସ୍ତୁତ ଚାଲିଛି। କିନ୍ତୁ ସେଠାରେ ପୁଣି ସଂକ୍ରମଣ ବଢ଼ିବାକୁ ଆରମ୍ଭ ହୋଇଛି।
ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନବମ, ଦଶମ ଓ ଏକାଦଶ ସ୍କୁଲକୁ ୨୨ ମାର୍ଚ୍ଚରୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଥିବାରୁ ସେମାନଙ୍କ କ୍ଲାସ ଚାଲୁ ରହିବ। ତେବେ ସେମାନେ ସ୍କୁଲ ଆସିବେ ହେଲେ ଏନେଇ ସେମାନଙ୍କୁ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ। ଏଥିସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ମନିଟରିଂ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏଥିସହିତ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି।

Leave a comment