ମହାରାଷ୍ଟ୍ର ରସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟି ୪ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ରର ଏକ ରସାୟନିକ କାରଖାନାରେ ନିଆଁ ଲାଗିବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବା ଜଣାପଡିବା ପରେ ଘଟଣାସ୍ଥଳରେ ୪ ରୁ ୫ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ କାରଖାନାରେ କାମ ଚାଲୁଥିବାବେଳେ ନିଆଁ ଲାଗିଯାଇଥିଲା।
କାରଖାନା ମଧ୍ୟରେ ଫସିଥିବା କର୍ମଚାରୀ ଓ ଶ୍ରମିକମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତେବେ ପ୍ରାୟ ୫ ଜଣ ବ୍ୟକ୍ତି କାରଖାନା ପରିସରରେ ଫସି ରହିଥିବାବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ସଫଳ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ପରେ ୪ଟି ମୃତଦେହ ଠାବ କରାଯାଇଛି। ଗୁରୁତର ଆହତ ଶ୍ରମିକ ଜଣଙ୍କୁ ଚିକିତ୍ସା ଲାଗି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Leave a comment