ମାଲେସିଆରୁ ତଡ଼ା ଖାଇବେ ୧୨୦୦ ରୋହିଙ୍ଗ୍ୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାଲେସିଆରେ ପ୍ରବେଶ କରିଥିବା ୧୨୦୦ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀଙ୍କୁ ଫେବୃଆରୀ ୨୩ ସୁଦ୍ଧା ପୁଣି ମିଆଁମାରକୁ ପଠାଇ ଦିଆଯିବ ବୋଲି ମାଲେସିଆର ଇମିଗ୍ରେସନ ବିଭାଗ ମୁଖ୍ୟ ଖୈରୁଲ ଦାଉଦ କହିଛନ୍ତି। ବର୍ତ୍ତମାନ ମିଆଁମାରରେ ସାମରିକ ଶାସନ ଚାଲିଥିଲେ ସୁଦ୍ଧା ଏହି ଶରଣାର୍ଥୀଙ୍କୁ ପଠାଯିବାର ସବୁ ବନ୍ଦୋବସ୍ତ କରାଯାଇଛି। ଏହି ଶରଣାର୍ଥୀଙ୍କ ନିକଟରେ ବୈଧ ପାସପୋର୍ଟ କିମ୍ବା ଯାତାୟାତ ଜନିତ କାଗଜପତ୍ର ନଥିବାରୁ ସେମାନଙ୍କୁ ଅଧିକ ସମୟ ମାଲେସିଆରେ ରଖିବା ସମ୍ଭବପର ନୁହେଁ ବୋଲି ଦାଉଦ କହିଛନ୍ତି।