ଫାସଟ୍ୟାଗ୍ ବାଧ୍ୟତାମୂଳକ, ନଥିଲେ ଦେବାକୁ ପଡିବ ଟୋଲ୍ ଟ୍ୟାକ୍ସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯଦି ଆପଣଙ୍କ ଗାଡିରେ ଫେବୃଆରୀ ୧୫ ମଧ୍ୟରାତ୍ରି ପରଠୁ ଫାସଟ୍ୟାଗ୍ ନଥିବ ଏବଂ ଟୋଲ୍ ପ୍ଲାଜା ଅତିକ୍ରମ କରିବେ ତେବେ ଆପଣଙ୍କୁ ଦୁଇ ଗୁଣ ଫାଇନ ଦେବାକୁ ପଡିବ। ଫେବୃଆରୀ ୧୫ ରାତ୍ରି ୧୨ଟା ପୂର୍ବରୁ ଆପଣ ନଗଦ ଟଙ୍କା ଦେଇ ଟୋଲ୍ ପ୍ଲାଜା ଅତିକ୍ରମ କରି ପାରିବେ। ଏନେଇ କେନ୍ଦ୍ରୀୟ ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗତ ଦିନରେ କହିଥିଲେ ଯେ, ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଏବେ ଫାସଟ୍ୟାଗ୍ ବାଧ୍ୟତାମୂଳକ। ଗଡକରୀ ସ୍ପଷ୍ଟ କହିଥିଲେ ଯେ, ଏବେ ସରକାର ଫାସଟ୍ୟାଗର ଅନ୍ତିମ ତାରିଖ ଆଉ ବଢାଇବେ ନାହିଁ। ଏମିତିରେ ଯେଉଁ ଲୋକ ଏ ପର୍ଯ୍ୟନ୍ତ ନିଜ ଗାଡିରେ ଫାସଟ୍ୟାଗ୍ ଲଗାଇ ନାହାନ୍ତି ତେବେ ସେମାନେ ଖୁବ୍ ଲଗାଇ ଦିଅନ୍ତୁ, ନଚେତ୍ ସେମାନଙ୍କର ମୁସ୍କିଲ ଆହୁରି ବଢିବ। ବର୍ତ୍ତମାନ ଫେବୃଆରୀ ୧୫ ପରଠୁ ସମସ୍ତ ଟୋଲ୍ ପ୍ଲାଜାରେ ଫାସଟ୍ୟାଗ୍ ବାଧ୍ୟତାମୂଳକ ହୋଇଯିବ।