ଭାଷଣ ଦେବା ବେଳେ ହଠାତ୍ ଅଚେତ ହୋଇ ପଡିଗଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ।
ସୂଚନା ଅନୁସାରେ, ଗୁଜରାଟରେ ନଗର ନିଗମ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ନିର୍ବାଚନ ପ୍ରଚାରରେ ଯୋଗ ଦେବାକୁ ନିଜାମପୁରରେ ପହଞ୍ଚିଥିଲେ। ଭାଷଣ ଦେଉଥିବା ବେଳେ ହଠାତ ତାଙ୍କାର ମୁଣ୍ଡ ବୁଲାଇଦେବା ସହିତ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଲଗାତାର ଭାବେ ତାଙ୍କର ରକ୍ତଚାପ କମିଯାଇଥିଲା। ସେଥିପାଇଁ ଏଭଳି ସମସ୍ୟା ଦେଖାଦେଇ ଥିବା ଡାକ୍ତର କହିଛନ୍ତି।