ଗାଇସିଲେଟ ବ୍ଲକ ବିଜେଡି ପୂର୍ବତନ ସଭାପତି ମନୋଜ ପଣ୍ଡାଙ୍କ ପରଲୋକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗାଇସିଲେଟ ବ୍ଲକ୍ ବିଜେଡି ଦଳର ପୂର୍ବତନ ବ୍ଲକ୍ ସଭାପତି ମନୋଜ ପଣ୍ଡାଙ୍କ ପରଲୋକ ହୋଇଯାଇଅଛି। ଗତ କିଛିଦିନ ତଳେ ସେ ଗାଇସିଲେଟରେ ଏକ ଦଳୀୟ କର୍ମୀ ସମ୍ମଳନୀ ସାରି ଘରକୁ ଫେରୁଥିବା ସମୟରେ ତାଙ୍କର କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୀର୍ଘଦିନର ଚିକିତ୍ସା ପରେ ଆଜି ତାଙ୍କର ପୂର୍ବାହ୍ଣରେ ପରଲୋକ ହୋଇଯାଇଅଛି।
ତାଙ୍କର ଦେହାନ୍ତ ଖବର ଶୁଣିବା ପରେ ଗାଇସିଲେଟ ବ୍ଲକ୍ ତଥା ପଦ୍ମପୁରରେ ଗଭୀର ଶୋକ ଖେଳି ଯାଇଛି। ସ୍ୱର୍ଗତ ପଣ୍ଡା ଜଣେ ରାଜନୈତିକ ବ୍ୟକ୍ତିତ୍ଵ ହୋଇ ମଧ୍ୟ କ୍ରିକେଟ ଖେଳ ପ୍ରତି ତାଙ୍କର ରୁଚି ରହିଥିଲା। ସେ ନିଜେ ଜଣେ କ୍ରିକେଟ ଖେଳାଳି ଥିବା ବେଳେ ପଦ୍ମପୁର ବୋରାସମ୍ବର କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି ଥିଲେ। ତାଙ୍କର ଦେହାନ୍ତ ଖବର ଶୁଣିବା ପରେ ସମଗ୍ର ଗାଇସିଲେଟ ବ୍ଲକ ଓ ପଦ୍ମପୁର ଅଞ୍ଚଳରେ ଗଭୀର ଶୋକ ଖେଳି ଯାଇଛି।