ନିଟ୍-୨୦୨୦ ରେଜଲ୍ଟ: ଓଡ଼ିଶାର ସେଏବ ଅଫତାବ ଟପ୍ପର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ନିଟ୍-୨୦୨୦ ପରୀକ୍ଷା ଫଳ ତାର ୱେବସାଇଟରେ ପ୍ରକାଶ ପାଇଥିବାବେଳେ ରାଉରକେଲାର ସେଏବ ଅଫତାବ ଏଥିରେ ଟପ୍ପର ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
ସୂଚନା ଅନୁସାରେ ସୋଏବ କୋଟାର ଏକ ନାମୀଦାମୀ ଇନଷ୍ଟିଚ୍ୟୁଟ ଆଲେନ କ୍ୟାରିୟରରେ କୋଚିଂ ନେଉଥିଲେ। ଏହି ପରୀକ୍ଷାରେ ସେ ଶହେ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ୭୨୦ ମାର୍କର ପରୀକ୍ଷା ହୋଇଥିବାବେଳେ ସେ ୭୨୦ ମାର୍କ ରଖି ଇତିହାସ ରଚିଛନ୍ତି। ତାଙ୍କ ପୂର୍ବରୁ ଏପରି କୌଣସି ଛାତ୍ର ଏଭଳି ରେଜଲ୍ଟ କରିନଥିଲେ। ସେହିପରି ଗତବର୍ଷ ରାଜସ୍ଥାନର ନଳିନୀ ଖଣ୍ଡେୱାଲା ଦେଶରେ ଟପ୍ପର ହୋଇଥିବାବେଳେ ସେ ୭୨୦ରୁ ୭୦୧ ମାର୍କ ରଖିଥିଲେ।