ସମ୍ପତ୍ତିକୁ ସାର୍ବଜନୀନ କଲେ ମୋଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ତାଙ୍କ କ୍ୟାବିନେଟର ସମସ୍ତ ମନ୍ତ୍ରୀ ନିଜ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାର୍ବଜନୀନ କରି ଦେଇଛନ୍ତି। ଏଥିରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତର ତଥ୍ୟ ଦିଆଯାଇଛି। କେବଳ ମୋଦୀ ଜୁନ୍ ୩୦ ପର୍ଯ୍ୟନ୍ତର ତଥ୍ୟ ପ୍ରଦାନ କରିଛନ୍ତି। ମୋଦୀ ପାଖାପାଖି ୨.୮୫ କୋଟି ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତିର ମାଲିକ। ସେ ତାଙ୍କ ଆୟର ଏକ ବଡ଼ ଅଂଶ ଟର୍ମ ଡିପୋଜିଟ୍ସ ଓ ସେଭିଙ୍ଗ ଆକାଉଣ୍ଟସରେ ଜମା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଜୁନ୍ ୩୦ ସୁଦ୍ଧା ୧ କୋଟି ୭୫ ଲକ୍ଷ ୬୩ ହଜାର ୬୧୮ ଟଙ୍କାର ସମ୍ପତ୍ତି ଓ ୩୧ ହଜାର ୪୫୦ ଟଙ୍କା ମହଜୁଦ ଥିଲା। ଗତ ବର୍ଷ ତୁଳନାରେ ତାଙ୍କ ସମ୍ପତ୍ତି ୨୬. ୨୬ ପ୍ରତିଶତ ବଢ଼ିଛି। ବେତନରୁ ହୋଇଥିବା ସଞ୍ଚୟ ଓ ଫିକ୍ସ ଡିପୋଜିଟରୁ ମିଳିଥିବା ସୁଧକୁ ପୁନର୍ବାର ନିବେଶ କରିବା ଫଳରେ ଏହି ସମ୍ପତ୍ତି ବଢ଼ିଛି। ଅନ୍ୟପଟେ ଅସ୍ଥାବର ସମ୍ପତ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ମୋଦୀଙ୍କ ନାମରେ ଗୁଜୁରାଟ ଗାନ୍ଧୀନଗରରେ ଗୋଟିଏ ଘର ଅଛି ଯାହାର ଆନୁମାନିକ ମୂଲ୍ୟ ୧.୧ କୋଟି ଟଙ୍କା। ମୋଦୀଙ୍କ ଉପରେ କୌଣସି କରଜ ନାହିଁ କି ନିଜ କାର ମଧ୍ୟ ନାହିଁ। ମୋଦୀଙ୍କ ପାଖରେ ସୁନାର ୪ଟି ମୁଦି ରହିଥିବା ଜଣାପଡ଼ିଛି।

Leave a comment