ସୀମାରେ ୬୦ ହଜାର ସୈନ୍ୟ ମୁତୟନ କଲା ଚୀନ୍‌, ପୋମ୍ପିଓ କହିଲେ ଭାରତ ସହ ଆମେରିକା ଅଛି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ୬ ମାସ ଧରି ଲାଗି ରହିଥିବା ବିବାଦ ସମାଧାନର ନାଁ ଧରୁନି । ଏହାରି ମଧ୍ୟରେ ଆମେରିକା, ଭାରତ ସହ ସମ୍ପର୍କକୁ ମଜବୁତ୍‌ କରିବା ଦିଗରେ ଗୁରୁତ୍ୱ ଦେଇଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଶୁକ୍ରବାର ଚୀନ୍‌କୁ ଚେତାବନୀ ଦେବାକୁ ଯାଇ ଭାରତ ସହ ନିବିଡ଼ ସମ୍ପର୍କ ସ୍ଥାପନ କଥା କହିଛନ୍ତି । ସେ କହିଛନନ୍ତି ଯେ, ଭାରତ ଆମକୁ ଆବଶ୍ୟକ କରେ ।ପୋମ୍ପିଓ ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନଙ୍କ ସହ ହୋଇଥିବା ବୈଠକ ବିଷୟରେ କହିଛନ୍ତି ଯେ, ଏହି ଯୁଦ୍ଧରେ ଆମେରିକାକୁ ସହଯୋଗୀ ତଥା ଅଂଶୀଦାର କରିବା ଆବଶ୍ୟକ । ପୋମ୍ପିଓ ରେଡିଓ ଜକି ଲୈରି ଓ’କାନରକୁ ବୟାନ ଦେଇଛନ୍ତି ଯେ, ଚୀନ୍ ବର୍ତ୍ତମାନ ଉତ୍ତରରେ ଭାରତ ବିରୁଦ୍ଧରେ ବଡ଼ ବଳ ସଂଗ୍ରହ କରିବା ଆରମ୍ଭ କରିଛି। ଏହା ସହ ସେ ଆହୁରି କହିଛନ୍ତି ଯେ, ଦୁନିଆ ବଦଳି ଗଲାଣି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଏକ ମେଣ୍ଟ କରାଯାଇଛି। ଯାହା ଏହି ବିପଦକୁ ଏଡ଼ାଇଦେବ।
ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଲଏସିରେ ଚୀନ୍‌ ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି । ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ଚୀନ୍‌ । ତେବେ ଆମେରିକା ଭାରତ ସହ ରହିଛି ବୋଲି ପରୋକ୍ଷ ସୂଚନା ଦେବା ସହ ଚୀନକୁ କଡା ଚେତାବନୀ ଦେଇଛନ୍ତି ପୋମ୍ପିଓ । ପୂର୍ବରୁ କରୋନା ନେଇ ଆମେରିକା ଚୀନକୁ ସିଧାସଳଖ ଦାୟୀ କରି ଆସୁଛି । କରୋନା ଯୋଗୁଁ ବିଶ୍ୱର ବଡ ବଡ ଲୋକତନ୍ତ୍ର ଦେଶରେ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି । ଏହା ସତ୍ତ୍ୱେ ବି ଚୀନ୍‌ ନିଜ ଆଚରଣରେ ପରିବର୍ତ୍ତନ କରିନାହିଁ ।

Leave a comment