ନିଲମ୍ବିତ ହେଲେ ଦବଙ୍ଗ ସରପଞ୍ଚ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିଲ୍ଲାପାଳ କ୍ଷମତା ଅପବ୍ୟବହାର କରି ଆଦିବାସୀଙ୍କ ଘର ଭାଙ୍ଗିବା ସରପଞ୍ଚଙ୍କୁ ମହଙ୍ଗା ପଡ଼ିଲା। ନିଲମ୍ବିତ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତି ମୁଣ୍ଡା। ହେମକାନ୍ତିଙ୍କୁ ନିଲମ୍ବନ କରିଛି ପଞ୍ଚାୟତିରାଜ ବିଭାଗ ।
ସୂଚନାଯୋଗ୍ୟ, ସରପଞ୍ଚ ହେମକାନ୍ତି ମୁଣ୍ଡା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର ୬ ଆଦିବାସୀ ପରିବାରଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ ।