ରାଜ୍ୟରେ ବନ୍ଦ ହେବ କୋଭିଡ କେୟାର ସେଣ୍ଟର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୋଭିଡ୍ କେୟାର ସେଣ୍ଟରକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ପୌର କମିଶନରମାନଙ୍କୁ ଚିଠି ଲେଖିଛନ୍ତି ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଚିଠିରେ କୋଭିଡ କେୟାର ସେଣ୍ଟର ଓ ଟିଏମସିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଉଲ୍ଲେଖ ରହିଛି। କୋଭିଡ କେୟାର ସେଣ୍ଟରରେ ରୋଗୀ ନଥିବାରୁ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏପରିକି ସେସବୁ ସ୍ଥାନରେ ନିୟୋଜିତ ଷ୍ଟାଫଙ୍କୁ ମୂଳ କର୍ମସ୍ଥାନକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ସ୍ଥାନରେ ଆବଶ୍ୟକ ପଡେ ସେଠାରେ ପୁନର୍ବାର ଖୋଲା ଯାଇପାରିବ ବୋଲି ଚିଠିରେ ଦର୍ଶାଯାଇଛି। ତେବେ ଏନେଇ ଏସଆରସିଙ୍କୁ ଜଣାଇବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।