ଘରେ ପଶି ବିଜେପି କର୍ମୀଙ୍କୁ ଗୁଳି କଲେ ଆତଙ୍କବାଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଜଣେ ବିଜେପି କର୍ମୀଙ୍କୁ ଗୁଳିକଲେ ଆତଙ୍କବାଦୀ। ଜାମ୍ମୁ କାଶ୍ମୀର ବଡଗାମ ଜିଲ୍ଲା ଓମପୋରା ଅଞ୍ଚଳରେ ଆତଙ୍କବାଦୀମାନେ ରବିବାର ସକାଳୁ ବିଜେପି କର୍ମୀ ଅବଦୁଲ ହମିଦଙ୍କୁ ଗୁଳି କରି କରିଛନ୍ତି । ତାଙ୍କ ଘରେ ପଶି ତ ଗୁଳି କରିବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି ଆତଙ୍କବାଦୀ। ଅବଦୁଲ ହମିଦଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ରବିବାର ସକାଳୁ ଆତଙ୍କବାଦୀମାନେ ବିଜେପି କର୍ମୀ ଅବଦୁଲ ହମିଦଙ୍କ ଘରକୁ ପଶି ଗୁଳି କରିଥିଲେ। ଏହାପରେ ସେହି ଅଞ୍ଚଳରେ ରହୁଥିବା ଆଉ ଜଣେ ମହିଳା ବିଜେପି କର୍ମୀଙ୍କ ଘରେ ପଶି ଯାଇଥିଲେ। କିନ୍ତୁ ମହିଳା କର୍ମୀ ସେତେବେଳେ ଘରେ ନଥିଲେ। ମହିଳାଙ୍କୁ ଘରେ ନ ପାଇ ଆତଙ୍କବାଦୀ ସେଠାରୁ ଚାଲି ଯାଇଥିଲେ।
ସୂଚନାଯୋଗ୍ୟ, କିଛି ଦିନହେଲା କଶ୍ମୀର ଘାଟିରେ ଆତଙ୍କବାଦୀ ଲଗାତାର ବିଜେପି ନେତା, କର୍ମୀଙ୍କୁ ଟାର୍ଗେଟ କରୁଛନ୍ତି । ଏହାପୂର୍ବରୁ ଅଗଷ୍ଟ ୪ ତାରିଖରେ କୁଲଗାମରେ ଆରିଫ ଅହମଦଙ୍କ ଉପରେ ଆତଙ୍କବାଦୀ ହମଲା କରିଥିଲେ । ଜୁଲାଇ ୧୦ ତାରିଖରେ ବାନ୍ଦୀପୋରାରେ ବିଜେପିର ୩ ନେତାଙ୍କୁ ହତ୍ୟା କରିଥିଲେ ।