୩୯ନଂ ୱାର୍ଡରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଯୁବ ସମାଜସେବୀ ସାଗର ବଳବନ୍ତରାୟଙ୍କ ନେତୃତ୍ୱରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୩୯ନଂ ୱାର୍ଡ ରେ ଜୀବନ ବିନ୍ଦୁ ମାଧ୍ୟମରେ ବ୍ଲଡ଼ ଡୋନେସନ କ୍ୟାମ୍ପ ଅନଷ୍ଠିତ ହୋଇଯାଇଛି | ସାଇଜ୍ୟୋତି ମହାସଂଘ, ନୁଆସାହି ଆଖଣ୍ଡଳମଣି ପୂଜା କମିଟି, ମୌର୍ଯ୍ୟା ଗ୍ରୁପ, ୱାଇଏମସିଏ ପ୍ରମୁଖ ଅନୁଷ୍ଠାନ ର ସହଯୋଗ କ୍ରମେ ୩୦ ୟୁନିଟ ବ୍ଲଡ଼ ସଂଗ୍ରହ ହୋଇଥିଲା |

ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ପ୍ରତି ୱାର୍ଡରେ ଜୀବନ ବିନ୍ଦୁ ଆୟୋଜନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ଶତ ପ୍ରତିଶତ ସଫଳ କରିବାକୁ କହିଥିଲେ | ଅନ୍ୟ ଅତିଥୀ ମାନଙ୍କ ଭିତରେ ପୂର୍ବତନ କର୍ପୋରେଟର ରାମନାଥ ସାମନ୍ତରାୟ, ନବ କିଶୋର ବେହେରା, ନିଖିଳ ବଳବନ୍ତରାୟ, ୱାର୍ଡ ସଭାପତି ମନୋରଞ୍ଜନ ନାୟକ, ରମେଶ ନାୟକ ଓ ସୁଧାଂଶୁ ନାୟକ ବୟଜେଷ୍ଠ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ |

Leave a comment