ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଜୁଲାଇ ୧୫ ତାରିଖ ଯାଏ ବିମାନ ଉଡ଼ାଣ ବାତିଲ କରାଯାଇଛି। କୌଣସି ଯାତ୍ରୀବାହୀ ବିମାନ ଭାରତରୁ ଅନ୍ୟ ଦେଶକୁ କିମ୍ବା ଅନ୍ୟ ଦେଶରୁ ଭାରତକୁ ଚଳାଚଳ କରିପାରିବ ନାହିଁ। କେବଳ କାର୍ଗୋ ବିମାନ ଚଳାଚଳ କରିପାରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍ ୩୦ ତାରିଖ ଯାଏ ବିମାନ ଉଡ଼ାଣ ବାତିଲ ରହିଥିଲା। ଜୁଲାଇ ୧ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେବ ବୋଲି ସୂଚନା ରହିଥିଲା। ହେଲେ କରୋନା ସଂକ୍ରମଣ ବଢୁ ଥିବାରୁ ବିମାନ ଉଡ଼ାଣ ବାତିଲ କରିଛନ୍ତି କେନ୍ଦ୍ର ସରକାର।