ମହାନଦୀରେ ଦିଶିଲା ଷୋଡ଼ଶ ଶତାବ୍ଦୀରେ ମନ୍ଦିର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାନଦୀ ଗର୍ଭରେ ବୁଡିରହିଛି ପ୍ରାଚୀନ ମନ୍ଦିର । ପାଣି କମିବାପରେ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହେଉଛି। ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଭିତରୁ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ଦେଖିବାକୁ ମିଳିଛି। ମୁଖ୍ୟମନ୍ଦିର ପାଖରେ ଆଉ ଦୁଇଟି ମନ୍ଦିର, ତୁଳସୀ ଚଉରା, କୂଅ, ରୋଷଘର ବି ପାଣି ଭିତରେ ସ୍ପଷ୍ଟ ଭାବେ ଦିଶୁଛି।
ପଞ୍ଚଦଶ ବା ଷୋଡ଼ଶ ଶତାବ୍ଦୀରେ ଏହିମନ୍ଦିର ନିର୍ମିତ ହୋଇଥାଇପାରେ ବୋଲି କୁହାଯାଉଛି। କୁହାଯାଏ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ନିକଟରେ ପଦ୍ମାବତୀ ଗାଁ ଥିଲା। ମହାନଦୀ ଗତି ପରିବର୍ତ୍ତନ କରିବାରୁ ଓ କୂଳ ଲଂଘନ କରିଥିବାରୁ ପଦ୍ମାବତୀ ସହିତ ଅନେକ ଗାଁ ମହାନଦୀ ଗର୍ଭରେ ଲୀନ ହୋଇଥିଲା। ସେହି ଗାଁର ଲୋକେ ସୁରକ୍ଷିତ ସ୍ଥାନକୁ ଆସି ନୂଆ ଗାଁ ସ୍ଥାପନ କରି ରହିଛନ୍ତି।