ପଙ୍ଗପାଳ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ : କୃଷିମନ୍ତ୍ରୀ ଅରୁଣ ସାହୁ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ):ପଙ୍ଗପାଳକୁ ନେଇ କୌଣସି ଗୁଜବରେ ବିଶ୍ବାସ ନକରିବାକୁ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଙ୍ଗପାଳ ଭଳି ପୋକ ଦେଖା ଦେଇଥିବାରୁ ଚାଷୀ ଛାନିଆ ହୋଇପଡିଛନ୍ତି। ତେବେ ଏସବୁ ପ୍ରତି ଧ୍ୟାନ ନଦେଇ ଗୁଜବରୁ ଦୁରେଇ ରହିବାକୁ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ପଙ୍ଗପାଳକୁ ନେଇ ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ହାଇ ରିସ୍କ, ମଡରେଟ୍ ରିସ୍କ, ଲୋ ରିସ୍କ ଜୋନ୍ ରେ ବିଭକ୍ତ କରାଯାଇଛି । ହାଇ ଏବଂ ମଡରେଟ୍ ଜୋନରେ ୯ଟି ଲେଖାଏଁ ଜିଲ୍ଲା ରହିଛି । ବାକି ୧୨ଟି ଜିଲ୍ଲା ଲୋ ରିସ୍କ ଜୋନରେ ଅଛି । ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ହାଇ ରିସ୍କ ରହିଛି ।

ବର୍ତ୍ତମାନ ପଙ୍ଗପାଳ ମଧ୍ୟପ୍ରଦେଶରେ ରହିଛିନ୍ତି । ଓଡିଶା ଆସିବ। ମୌସୁମୀ ଉପରେ ନିର୍ଭର କରୁଛି । ଚାଷୀଙ୍କ ସହ କଥା ହେଉଛୁ । ଝଣ୍ଟିକାକୁ ଦେଖି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଜିଲ୍ଲାପାଳଙ୍କ ଅଧୀନରେ କମିଟି ଗଠନ କରାଯାଇଛି। ସ୍ପ୍ରେ ଏବଂ ମେଡିସିନ ମହଜୁଦ ରଖାଯାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପଙ୍ଗପାଳ ଓଡିଶା ସୀମାରୁ ପ୍ରାୟ ୫ଶହ କିଲୋମିଟର ଦୂରରେ ରହିଛନ୍ତି । ଜୁନ୍ ଏବଂ ଜୁଲାଇରେ ପଙ୍ଗପାଳ ଆକ୍ରମଣ ଆଶଙ୍କା ରହିଛି । ରାୟଗଡା, ଝାରସୁଗୁଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ମାଲକାନଗିରି, କୋରାପୁଟ ଏବଂ ବରଗଡ ଜିଲ୍ଲାରେ ପଙ୍ଗପାଳ ଅଧିକ କ୍ଷତି କରିପାରନ୍ତି। ପଙ୍ଗପାଳ ଓଡିଶାକୁ କେଉଁ ମୁହୂର୍ତ୍ତରେ ବି ପ୍ରବେଶ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି କୀଟନାଶକ, ସିଞ୍ଚନ ଯନ୍ତ୍ର ସହ କୃଷି ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି ।

Leave a comment