ଗର୍ଭବତୀ ହାତୀକୁ ବାଣଭର୍ତ୍ତି ସପୁରୀ ଦେଇ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଣିଷ ସାଜିଲା ପଶୁ। ନିଜ ସ୍ୱାର୍ଥ ହାସଲ ପାଇଁ ହାତୀକୁ ବଳି ପକାଇଲା। ଏପରି ଏକ ଭାବବିହ୍ୱଳ ଘଟଣା ଦେଖିବାକୁ ମିଳିଛି କେରଳରେ। ଏକ ବାଣ ବାଣଭର୍ତ୍ତି ସପୁରୀ ଖାଇ କେରଳରେ ଏକ ଗର୍ଭବତୀ ହାତୀର ହୃଦୟ ବିଦାରକ ମୃତ୍ୟୁକୁ ହୋଇଛି। ସୋଶାଲ ମିଡିଆରେ ସେଲେବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏଭଳି କ୍ରୁର ମାନସିକତା ରଖୁଥିବା ଲୋକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱର ଉଠାଇଛନ୍ତି।
ସୂଚନାଯୋଗ୍ୟ, ଏହି ଗର୍ଭବତୀ ହାତୀଟି ଖାଇବା ଅନ୍ୱେଷଣରେ କେରଳର ପାଲକଡ୍ ଜିଲ୍ଲାରେ ଥିବା ଜଙ୍ଗଲରୁ ସ୍ଥାନୀୟ ଗାଁକୁ ଚାଲିଆସିଥିଲା। ସେଠାକାର ଲୋକ ହାତୀଟିକୁ ସପୁରୀରେ ବାଣ ପୂରାଇ ଖାଇବା ପାଇଁ ଦେଇଥିଲେ। ଯାହାକୁ ଖାଇବା ପରେ ହାତୀଟିର ମୁହଁରେ ହିଁ ବାଣଭର୍ତ୍ତି ସପୁରୀଟି ଫାଟି ଯାଇଥିଲା। ମୁହଁରେ ଅହସ୍ୟ ଯନ୍ତ୍ରଣା ହେବା ପରେ ହାତୀଟି କିଛି ଦିନ ପର୍ଯ୍ୟନ୍ତ କିଛି ଖାଇନପାରି ଗାଁରେ ବୁଲିବାରୁ ଲାଗିଥିଲା। ବୁଲି ବୁଲି ଏକ ନଦୀରେ ମେ’ ୨୭ ତାରିଖରେ ହାତୀଟି ଶେଷ ନିଃଶ୍ୱାସ ତ୍ୟାଗ କରିଛି।
That's why we are facing several disasters again and again.
God bless her soul 🙏😢
As a human I am sorry #Elephant 🐘
God please forgive us 🙏#Karma pic.twitter.com/CH7lFPJrQW— Sakshi Gupta🇮🇳 (@Sakshi4india) June 3, 2020
ଏହି ମୃତ୍ୟୁଖବର ସୋଶାଲ ମିଡିଆରେ ଭାଇରାଲ୍ ହେବାପରେ ୟୁଜର୍ସ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ଏଭଳି କଠୋର କାମ କରିଥିବା ଅପରାଧୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ହାତୀକୁ ନ୍ୟାୟ ଦେବା ପାଇଁ ଦାବି ଉଠିଛି। ସେହିପରି ଟ୍ୱିଟରରେ ଅନ୍ୟ କିଛି ୟୁଜର ଗର୍ଭବତୀ ହାତୀ ଉପରେ ହୋଇଥିବା ପାଶବିକ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଫଟୋ ପୋଷ୍ଟ କରି ଉଦ୍ବେଗ ପ୍ରକାଶ କରିଛନ୍ତି।
ବନ ଅଧିକାରୀଙ୍କର କହିବା ଅନୁସାରେ, ହାତୀଟି ଏପ୍ରିଲ ମାସ ଶେଷ ସୁଦ୍ଧା କିମ୍ୱା ମେ’ ମାସ ଆରମ୍ଭରେ ବାଣବର୍ତ୍ତି ସପୁରୀ ଖାଇଥିବା ଅନୁମାନ କରାଯାଉଛି। ମୃତ୍ୟୁର ଦୁଇଦିନ ପୂର୍ବରୁ ଅର୍ଥାତ୍ ମେ’ ମାସ ୨୫ ତାରିଖରେ ବନବିଭାଗ ଏହି ହାତୀ ବିଷୟରେ ଜାଣିବାକୁ ପାଇଥିଲେ। ଯନ୍ତ୍ରଣାକୁ ସହିନପାରିବାରୁ ହାତୀଟି ଏକ ନଦୀରେ ଛିଡ଼ା ହୋଇ ପାଣିପିଉଥିବା ଦେଖିବାକୁ ମିଳିଥିଲା।
ତେଣୁ ବନବିଭାଗ ସୁରେନ୍ଦ୍ରନ୍ ଓ ନୀଳକଣ୍ଠନ୍ ନାମରେ ଦୁଇଟି ହାତୀକୁ ଆଣି ଗର୍ଭବତୀ ହାତୀକୁ ନଦୀରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବିଭିନ୍ନ ଚେଷ୍ଟା ସତ୍ତ୍ୱେ ବନବିଭାଗ ବିଫଳ ହୋଇଥିଲା ଏବଂ ମେ’ ୨୭ ତାରିଖରେ ହାତୀଟିର ସେହି ଅବସ୍ଥାରେ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ କେରଳ ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ।