କରୋନା ଭାଇରସକୁ ବିଶ୍ୱ ମହାମାରୀ ଘୋଷଣା ନକରିବାକୁ ‘ଡବ୍ଲୁଏଚ୍ଓ’ ଉପରେ ଚାପ ପକାଇଥିଲା ଚୀନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାଭାଇରସ୍ ବିସ୍ତାରକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା ନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଉପରେ ଚୀନ୍ ଚାପ ପକାଇବାକୁ ଉଦ୍ୟମ କରିଥିଲା ବୋଲି ଆମେରିକାର ଗୁଇନ୍ଦା ସଂଗଠନ ‘ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ୍ ଏଜେନ୍ସି’ କହିଛି। ‘ନିଉଜ୍ଉଇକ୍’ରେ ସିଆଇଏ ଏଭଳି ଦାବି କରିଥିବା ରିପୋର୍ଟ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ରିପୋର୍ଟରେ ସିଆଇଏ କହିଛି ଯେ,କରୋନାଭାଇରସ୍କୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କଲେ ସହଯୋଗ ବନ୍ଦ କରିବ ବୋଲି ଚୀନ୍ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଧମକ ଦେଇଥିଲା। ସ୍ପେନ୍ ଓ ଇଟାଲି ଭଳି ଦେଶରେ ବହୁସଂଖ୍ୟରେ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତି ବାହାରିବା ପରେ ଜାନୁଆରି ମାସରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଚୀନ୍ ଏ ଭଳି ଧମକ ଦେଇଥିଲା। ସେତେବେଳକୁ ଚୀନ୍ରେ ୮୦ ହଜାରରୁ ଅଧିକ ଜନତା ସଂକ୍ରମିତ ହୋଇସାରିଥିଲେ।
କିନ୍ତୁ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ନିଜ ଧାରାରେ କାମ କରିଛନ୍ତି। ଡବ୍ଲୁଏଚ୍ଓର ମୁଖ୍ୟ ଟେଡ୍ରସ୍ ଆନ୍ଧନୋମ୍ ଘେବ୍ରେୟେସ୍ସ୍ ଏବଂ ଜି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଜାନୁଆରି ମାସରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେମାନେ କହିଛନ୍ତି।