ରାଜ୍ୟରେ ୪୦୦ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୦ ନୂଆ ପଜିଟିଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୪୧୪ରେ ପହଞ୍ଚିଛି । ଏହି ୨୦ ଜଣଙ୍କ ମଧ୍ୟରୁ ୧୭ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ୨ ଜଣ ସୁନ୍ଦରଗଡର ଏବଂ ଜଣେ ବୌଦ୍ଧ ଜିଲ୍ଲାର ବୋଲି ସୂଚନା ମିଳିଛି । ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ମୋଟ ୧୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ସଂଖ୍ୟା ୧୬ରେ ପହଞ୍ଚିଥିବାବେଳେ ବୌଦ୍ଧରେ ଏହି ସଂଖ୍ୟା ୪ରେ ପହଞ୍ଚିଛି । ହୋଇଥିବା ବେଳେ ଶୀର୍ଷରେ ଏବେ ଗଂଜାମ ଜିଲ୍ଲା ରହିଛି । ଆଜି ତିନୋଟି ପର୍ଯ୍ୟାୟରେ ମୋଟ ୩୭ ଜଣ ଚିହ୍ନଟ ହୋଇଛନ୍ତି ।

Leave a comment