କରୋନା : ଭାରତରେ ୫୦୦ ଟପିଲା ମୃତ୍ୟୁ ସଂଖ୍ୟା , ୧୫ ହଜାର ୬୭୬

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତରେ କରୋନା ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୬୭୬ରେ ପହଞ୍ଚିଥିବାବେଳେ ୫୦୬ ଜଣ ପ୍ରାଣ ହରାଇଛନ୍ତି। ରବିବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମହାରାଷ୍ଟ୍ର ଦେଶର ସବୁଠରୁ ବଡ଼ ହଟସ୍ପଟ ପାଲଟିଛି।
କୋଭିଡ-୧୯ଇଣ୍ଡିଆ ୱେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୩୬୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଠାରେ ସର୍ବାଧିକ ୨୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ ରହିଛି ନୂଆଦିଲ୍ଲୀ। ଦିଲ୍ଲୀରେ ୧୮୯୩ ଆକ୍ରାନ୍ତ ହୋଇଥିବାବେଳେ ୪୩ ଜଣ ପ୍ରାଣହରାଇଛନ୍ତି।
ଦିଲ୍ଲୀପରେ ମଧ୍ୟପ୍ରଦେଶରେ ୧୪୦୨, ଗୁଜରାଟରେ ୧୩୭୬, ତାମିଲନାଡୁରେ ୧୩୭୨, ରାଜସ୍ଥାନ ୧୩୫୧, ଉତ୍ତରପ୍ରଦେଶ ୯୭୪, ତେଲେଙ୍ଗାନା ୮୦୯, ଆନ୍ଧ୍ରପ୍ରଦେଶ ୬୦୩, କେରଳ ୩୯୯,କର୍ଣ୍ଣାଟକ, ୩୮୪, ଜାମ୍ମୁ-କାଶ୍ଵୀର ୩୪୧, ପଶ୍ଚିମବଙ୍ଗ ୨୮୭, ପଞ୍ଜାବ ୨୩୪, ହରିୟାଣା ୨୩୨ ଓ ବିହାରରେ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁଜରାଟରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ରାଜସ୍ଥାନରେ ୨୧, ତାମିଲନାଡୁରେ ୧୫, ଉତ୍ତରପ୍ରଦେଶରେ ୧୪, ତେଲେଙ୍ଗାନାରେ ୧୮, ଆନ୍ଧ୍ରପ୍ରଦେଶରେ ୧୬, ପଞ୍ଜାବରେ ୧୬, କର୍ଣ୍ଣାଟକରେ ୧୪, ପଶ୍ଚିମବଙ୍ଗରେ ୧୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି।