ସୂର୍ଯ୍ୟନଗର ଅଞ୍ଚଳର କଣ୍ଟେନ୍ମେଣ୍ଟ୍ ଜୋନ ସୀମା ସମ୍ପ୍ରସାରିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବର ମହାନଗର ନିଗମ ସ୍ଥାନୀୟ ସୂର୍ଯ୍ୟନଗର ଅଞ୍ଚଳର କଣ୍ଟେନ୍ମେଣ୍ଟ୍ ଜୋନ ସୀମାକୁ ଆଜି ପୁନର୍ବାର ସମ୍ପ୍ରସାରଣ କରିଛି । ସମ୍ପ୍ରସାରିତ ଅଞ୍ଚଳଗୁଡ଼ିକ ହେଉଛି ଏନ୍ସିସି ଅଫିସରୁ ନ୍ୟାସ୍ନାଲ ପ୍ରଡକ୍ଟିଭ୍ କାଉନ୍ସିଲ ଅଫିସ ସମେତ ମମ୍ତାଜ ଅଲି ଷ୍ଟ୍ରିଟ ।
ନ୍ୟାସ୍ନାଲ୍ ପ୍ରଡକ୍ଟିଭ କାଉନ୍ସିଲ ଅଫିସରୁ ସୂର୍ଯ୍ୟ କମ୍ପ୍ଲେକ୍ସ୍ । ସୂର୍ଯ୍ୟ କମ୍ପ୍ଲେକ୍ସ୍ରୁ ଏନ୍ସିସି ଅଫିସ। ପରିବର୍ଦ୍ଧିତ କଣ୍ଟେନ୍ମେଣ୍ଟ୍ ଜୋନର ନକ୍ସା ମଧ୍ୟ ପ୍ରକାଶ ପାଇଛି । ଆସନ୍ତା ସାତଦିନ ପର୍ଯ୍ୟନ୍ତ ସକ୍ରିୟ ସର୍ଭିଲେନ୍ସ ଚାଲୁ ରହିବ ବୋଲି ଭୁବନେଶ୍ବର ମହାନଗର ନିଗମର କମିସନର ପକ୍ଷରୁ ପ୍ରକାଶ ।