ଲକଡାଉନ ସମୟରେ ଘରୋଇ ହିଂସା ହେଲେ ପହଞ୍ଚିବ ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକଡାଉନ ସମୟରେ ଘରୋଇ ନିର୍ଯ୍ୟାତନା ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ମହାନିର୍ଦେଶକଙ୍କୁ ଦାୟିତ୍ୱ ଦେଇଛନ୍ତି।

ଅପରପକ୍ଷରେ କମିଶନରେଟ ପୋଲିସ ମଧ୍ୟ ବଡ ପଦକ୍ଷେପ ନେଉଛି। ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ଵତନ୍ତ୍ର ନମ୍ଵର । ନିର୍ଯ୍ୟାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୋଲିସ। ପ୍ରଥମେ ପରିବାର ଲୋକଙ୍କୁ ନେଇ କାଉନସେଲିଂ କରାଯିବ। ସମାଧାନ ନହେଲେ ମାମଲା ରୁଜୁ କରିବ ପୋଲିସ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ।

Leave a comment