ଯାଜପୁରରୁ ୨ୟ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁରରୁ ୨ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି ଯାଜପୁର ଜିଲ୍ଲାପାଳ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସୂଚନା ଅନୁଯାୟୀ, ଜାଫରପୁର ପଞ୍ଚାୟତର ସାନ ତ୍ରିଲୋଚନପୁରରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଗତ ମାସ କଲିକତାରୁ ଫେରି ହୋମେ କ୍ୱାରେଣ୍ଟିନରେ ଥିଲେ । ତେଣୁ ସାନ ତ୍ରିଲୋଚନପୁର ଓ ସଇପୁର ୩ଗାଁ କୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।