ତେଲେଙ୍ଗାନାରେ ଫସି ରହିଛନ୍ତି ବାଲେଶ୍ୱର ଜିଲ୍ଲାର ୫୦ , ଉଦ୍ଧାର ପାଇଁ ନିବେଦନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ଘରୋଇ ସଂସ୍ଥାରେ କାମ କରିବାକୁ ଯାଇ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡି ଜିଲ୍ଲା ନରସିଂହ ଥାନା ଅଞ୍ଚଳରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଓ ବସ୍ତା ଅଞ୍ଚଳର ୫୦ ଜଣ ଦିନ ମଜୁରିଆ ଅଟକି ରହିଥିବା ଜଣାପଡିଛି। ସେଥିରୁ ୧୦ ଜଣ ମହିଳା ଓ କୁନି ପିଲା ଥିବା କୁହାଯାଇଛି।
ସୂଚନାଯୋଗ୍ୟ, ସମ୍ପୃକ୍ତ ସଂସ୍ଥା କିମ୍ବା ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସାହାର୍ଯ୍ୟ କରୁନାହାଁନ୍ତି। ମସ୍ତଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସେମାନଙ୍କ ପରିବାର ଲୋକ ନିବେଦନ କରିଛନ୍ତି। ଲକଡାଉନ ଘୋଷଣା ହେବାପରେ ସେମାନେ କାମ କରୁଥିବା ସମ୍ପୃକ୍ତ ସଂସ୍ଥାର ମାଲିକ ତାଲା ପକାଇ ପଳାଇ ଯାଇଛନ୍ତି।
ପାଖରେ ପଇସାପତ୍ର ସରି ଆସୁଥିବା ବେଳେ ରାତିଦିନ ଭୋକ ଉପାସରେ ଦିନ କାଟୁଛନ୍ତି। ସେଠାକାର ପ୍ରଶାସନ ଓ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ସେମାନେ କୌଣସି ପ୍ରକାର ସହଯୋଗ ପାଇ ପାରୁ ନଥିବା ହେତୁ ଘରକୁ ଫେରି ପାରୁନଥିବା କହିଛନ୍ତି।